Wed. Sep 30th, 2026

ବିଦା ହେଲେ ଆହୁରି ୨୨ ବରିଷ୍ଠ ଟ୍ୟାକ୍ସ ଅଧିକାରୀ

235 Views

ନୂଆଦିଲ୍ଲୀ  : ୨୨ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଛନ୍ତି। ଦୁର୍ନୀତି ଏବଂ କେତେକ ମାମଲାକୁ ଜାଣିଶୁଣି ଭୁଲ ଢ଼ଙ୍ଗରେ ନେବା ଅଭିଯୋଗରେ ୨୨ ଜଣ ବରିଷ୍ଠ ଟ୍ୟାକ୍ସ ଅଧିକାରୀଙ୍କୁ ଧାରା ୫୬(J) ଅନୁଯାୟୀ ବାଧ୍ୟତାମୂଳକ ଅବସର ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସମାନ ଅଭିଯୋଗରେ ୨୭ ଜଣ ବରିଷ୍ଠ ଆଇଆରଏସ ଅଧିକାରୀଙ୍କୁ କେନ୍ଦ୍ର ସରକାର ବିଦା କରିଥିଲେ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୟାକ୍ସ କ୍ଷେତ୍ରରେ ‘ଜିରୋ ଦୁର୍ନୀତି’ ଉପରେ ଗୁରୁତ୍ୱ ଦେଇ କହିଥିଲେ, ଏହା ଦ୍ୱାରା ଦେଶର ଅସଲି ଟିକସଦାତାଙ୍କୁ ଆଉ ଅଯଥା ସମସ୍ୟା କିମ୍ବା ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରଣାଳୟ ଟିକସଦାତାଙ୍କୁ ଅଯଥା ସମସ୍ୟାରେ ପକାଇଥିବା କିମ୍ବା ଦୁର୍ନୀତି କରିଥିବା ଅଭିଯୋଗରେ ଏହି ବାବୁ ମାନଙ୍କୁ ବିଦା କରିଛି ବୋଲି ଜଣାପଡ଼ିଛି। ଜୁନ ମାସରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି)ଙ୍କ ନିର୍ଦ୍ଦେଶକ୍ରମେ ୧୨ ଅଧିକାରୀ ସମେତ ୨୭ ଆଇଆରଏସଙ୍କୁ ବିଦା କରାଯିବା ସହିତ ବାଧ୍ୟତାମୂଳକ ଅବସର ନେବା ପାଇଁ କୁହାଯାଇଥିଲା।

By amfnews

Related Post