Sun. May 19th, 2024

ବିଜୟ ମାଲ୍ୟାଙ୍କୁ ଝଟକା, ଲଣ୍ଡନ କୋର୍ଟରୁ ସମ୍ପତ୍ତି ଜବତ କରିବା ଆଦେଶ

By amfnews May 9, 2018 #Featured
221 Views

ବିଜୟ ମାଲ୍ୟାଙ୍କୁ ଲଣ୍ଡନ କୋର୍ଟରୁ ମିଳିଛି ଝଟକା । ଲଣ୍ଡନ କୋର୍ଟ ଭାରତୀୟ ବ୍ୟାଙ୍କ ପକ୍ଷରୁ ୧୦ ହଜାର କୋଟି ଟଙ୍କାରୁ ଅଧିକ ଫେରସ୍ତ ପାଇଁ ଦାୟର କରାଯାଇଥିବା ମାମଲାରେ ମାଲ୍ୟାଙ୍କ ବିରୁଦ୍ଧରେ ରାୟ ଶୁଣାଇଛନ୍ତି । ମାମଲାର ଶୁଣାଣୀ କରୁଥିବା ବିଚାରପତି ଏଣ୍ଡୁୟୁ ହେନଗୋ ଆଇଡ଼ିବିଆଇ ବ୍ୟାଙ୍କ ସମେତ ସମସ୍ତ ଋଣଦାତାଙ୍କ ଭାରତୀୟ ଅଦାଲତ ଦେଇଥିବା ଆଦେଶ ପାଳନ କରିପାରିବେ ବୋଲି କହିଛନ୍ତି । ଅଦାଲତ ସୂଚାଇଛନ୍ତି ମାଲ୍ୟା ଜାଣିଶୁଣି ଋଣ ପରିଶୋଧ କରିନାହାନ୍ତି । ମାଲ୍ୟାଙ୍କ ସାରା ବିଶ୍ୱରେ ଥିବା ସମ୍ପତ୍ତି ଜବତ କରିବା ସଂପର୍କିତ ପୂର୍ବର ଆଦେଶକୁ ଅଦାଲତ ଅପରିବର୍ତ୍ତିତ ରଖିଛନ୍ତି ।

ସୂଚନା ଯୋଗ୍ୟ ଯେ, ବିଜୟ ମାଲ୍ୟାଙ୍କୁ ବର୍ଷେ ପୂର୍ବରୁ ଲଣ୍ଡନରେ ଗିରଫ କରାଯାଇ କିଛି ସମୟ ମଧ୍ୟରେ ଜାମିନ ପ୍ରଦାନ କରାଯାଇଥିଲା । ମଙ୍ଗଳବାର ବିଜୟ ମାଲ୍ୟା ପାଇଁ ଦେଶରୁ ବି ଆସିଛି ଅଶୁଭ ଖବର । ଦିଲ୍ଲୀର ଏକ ଅଦାଲତ ବିଦେଶୀ ମୁଦ୍ରା ଅଧିନିୟମ (ଫେରା)ର ଉଲ୍ଲଂଘନ ସହିତ ଯୋଡ଼ା ଋଣ ନେଣଦେଣ ମାମଲାରେ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବା ପାଇଁ ମଙ୍ଗଳବାର ନୂଆ ଆଦେଶ ଦେଇଛନ୍ତି ।

By amfnews

Related Post