Wed. Oct 7th, 2026

ବିଜେପିର ମିସନ ୧୨୦ : ଶାହ, ରାଜନାଥ, ଯୋଗୀ ଆସିବେ

300 Views

ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ରାଜ୍ୟରେ ୧୨୦ରୁ ଅଧିକ ସିଟ୍ ଜିତିବା ଲକ୍ଷ୍ୟରେ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଛି। ମୋଦିଙ୍କର ଲଗାତର ତିନିଥର, ଶାହଙ୍କର ଦୁଇଥର ଓଡ଼ିଶା ଗସ୍ତ ପରେ ଏବେ ପୁଣି ଦଳର ବହୁ ହେଭିୱେଟ୍‌ ପ୍ରଚାର ପାଇଁ ବିଭିନ୍ନ ସମାବେଶରେ ଯୋଗଦେବେ ବୋଲି ଜଣାପଡ଼ିଛି। ରାଜ୍ୟ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୪ତାରିଖରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ରାମକୃପାଳ ଯାଦବ ଓଡ଼ିଶା ଗସ୍ତରେ ଆସି ଟିଟିଲାଗଡ଼, ରାଉରକେଲାରେ ପରିବର୍ତ୍ତନ ସମାବେଶରେ ଯୋଗଦେବେ। ଫେବ୍ରୁଆରି ୧୫ରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ସମ୍ବଲପୁରରେ ଆୟୋଜିତ ଜନ ସମାବେଶରେ ଯୋଗଦେବେ। ୧୭ରେ ଗୃହମନ୍ତ୍ରୀ ରାଜନାଥ ସିଂହ ଭଦ୍ରକରେ ଏକ ଜନସଭାରେ ଯୋଗଦେବେ।

ସେହିପରି ଆସନ୍ତା ୨୦ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭବାନୀପାଟଣା ଏବଂ ନାଚୁଣୀରେ ଏକ କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗଦେବେ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

By amfnews

Related Post