Sun. Sep 13th, 2026

ବିଜେଡି ପାର୍ଟି ଅଫିସ୍ କେବେ ସିଲ୍ ହେବ ନେଇ ପ୍ରଶ୍ନ କଲେ ସାଂସଦ ଅପରାଜିତା ଷଡଙ୍ଗୀ

395 Views

ଭୁବନେଶ୍ୱର, ଅକ୍ଟୋବର ୧୦ : କୋଭିଡ କଟକଣା ଅମାନ୍ୟ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ୍ ହେବା ପରେ ବିଜେଡିର ପାର୍ଟି ଅଫିସ୍ କେବେ ସିଲ୍ ହେବ ସେ ନେଇ ପ୍ରଶ୍ନ କରିଛନ୍ତି  ।

ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆଇନ୍ ସମସ୍ତଙ୍କ ପାଇଁ ସମାନ, ହଇରାଣ କରନ୍ତୁନି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ ବୋଲି କହିଛନ୍ତି  ।

ଅଫିସ୍ ସିଲ୍ କରାଯିବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିଥିଲେ। ସିଲ୍ ଅଫିସ୍ ସାମ୍ନାରେ ବାହାରେ ବସି ପ୍ରେସମିଟ୍ କରିବା ଅବସରରେ ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଲେ ଅପରାଜିତା। ଯେଉଁଥିରେ ରହିଛି ବିଜେଡି ଅଫିସ, ମହାରଥୀଙ୍କ ଶେଷକୃତ୍ୟ ଗହଳି। ଏଥିରେ ମହାରଥୀଙ୍କ ଶେଷ ଦର୍ଶନକୁ ଯାଇଥିବା ମନ୍ତ୍ରୀ ସମୀର ଦାଶ ମାସ୍କ ପିନ୍ଧି ନଥିଲେ।

ସେହିପରି ତିର୍ତ୍ତୋଲ ବିଜେଡି ମିଟିଂରେ ନେତାଙ୍କ ସହ ୩ଶହ ଲୋକ ମାସ୍କ ପିନ୍ଧିନଥିଲେ। ଏହି ଅବସରରେ ସେ କହିଥିଲେ, ଦୈନିକ ୧୩/୧୪ ଘଣ୍ଟା କାମ କରୁଛି, ଲୋକଙ୍କ ପାଖକୁ ଯାଉଛି।

ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ ପାଳନ କରିବା। ଆକ୍ରୋଶମୂଳକ ମନୋଭାବ ରଖାନଯାଉ ବୋଲି ଅପରାଜିତା କହିଛନ୍ତି।

By amfnews

Related Post