Sat. Sep 5th, 2026
344 Views

ଭୁବନେଶ୍ବର : ଚଳିତବର୍ଷ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ୨୨୭ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଛି। ଦଳ ତରଫରୁ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ହୋଇଥିବା ନିର୍ବାଚନୀ ଖର୍ଚ୍ଚ ବିବରଣୀରୁ ଜଣାପଡ଼ିଛି ସର୍ଭେ ଠାରୁ ଆରମ୍ଭ କରି ହାଇଟେକ୍ ପ୍ରଚାର ବାବଦରେ କୋଟି କୋଟି ଟଙ୍କା ବିଜେଡି ଖର୍ଚ୍ଚ କରିଛି। ଯାହାକି ପୂର୍ବ ନିର୍ବାଚନ ତୁଳନାରେ ଯଥେଷ୍ଟ ଅଧିକ। ଦଳ ଦର୍ଶାଇଛି, ୨୦୧୯ ନିର୍ବାଚନରେ କେବଳ ପ୍ରଚାର ବାବଦରେ ୧୯୩ କୋଟି ୭୪ ଲକ୍ଷ ୫୮ ହଜାର ୫୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ନିର୍ବାଚନ ବ୍ୟୟ ବାବଦରେ ଖର୍ଚ୍ଚ ହୋଇଛି ୩୪ କୋଟି ୫ ଲକ୍ଷ ୧୪ ହଜାର ୭୦ ଟଙ୍କା। ମୋଟ ୨୨୭ କୋଟି ୭୯ ଲକ୍ଷ ୭୨ ହଜାର ୬୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦଳ ନିର୍ବାଚନ ଆୟୋଗଙ୍କୁ ହିସାବ ଦେଇଛି।

By amfnews

Related Post