Wed. Jul 29th, 2026

ବିଜେଡିର ଇସ୍ତାହାର କମିଟି ଘୋଷଣା କଲେ ନବୀନ, ବେଦପ୍ରକାଶ ଅଗ୍ରୱାଲ କମିଟି ଅଧ୍ୟକ୍ଷ

416 Views

ଭୁବନେଶ୍ୱର, ମାର୍ଚ୍ଚ ୧୪ : ନିର୍ବାଚନ ଆଉ କେଇଟା ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ସହ ଦଳକୁ ମଜବୁତ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଇସ୍ତାହାର କମିଟି ଘୋଷଣା କରିଛନ୍ତି । ବେଦପ୍ରକାଶ ଆଗ୍ରୱାଲଙ୍କୁ କିମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।

ବିଜେଡିର ଇସ୍ତାହାର କମିଟିରେ ବିଭିନ୍ନ ଛାତ୍ର ନେତା, କୃଷକ ନେତା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି । କମିଟିରେ ଆହୁରି ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟ ପଟ୍ଟନାୟକ, ମଙ୍ଗଳା କିଷାନଙ୍କୁ ସହ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ପଦ୍ମନାଭ ବେହେରା, କସ୍ତୁରୀ ମହାପାତ୍ରଙ୍କୁ ମଧ୍ୟ ସମାନ ଦାୟିତ୍ୱ ମିଳିଛି ।

ଏତତ୍ ବ୍ୟତୀତ, କମିଟିରେ ଅନଙ୍ଗ ଉଦୟ ସିଂଦେଓ, ଭର୍ତୁହରି ମହତାବ, ଅଚ୍ୟୁତ ସାମନ୍ତ, ଅତନୁ ସବ୍ୟସାଚୀ, ସଂଜୟ ଦାସବର୍ମା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ରମେଶ ମାଝୀ, ସୁବାସ ସିଂ, ନଳିନୀ ପ୍ରଧାନ, ନବ ଦାସ ଏବଂ ରବି ନନ୍ଦଙ୍କୁ ମଧ୍ୟ ସଦସ୍ୟ ରଖାଯାଇଛି ।

By amfnews

Related Post