Sun. Oct 4th, 2026

ବିଜେଡିରେ ମିଶିଲେ ରୁଦ୍ର ସାମନ୍ତରାୟ

322 Views

ଭୁବନେଶ୍ବର: ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ‘ଜୟ ଓଡ଼ିଶା’ ସଭାପତି ଇଞ୍ଜିନିୟର ରୁଦ୍ର ସାମନ୍ତରାୟ। ସେ ତାଙ୍କର ୧ ହଜାର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ରବିବାର ଏକ ଶୋଭାଯାତ୍ରାରେ ଶ୍ରୀ ସାମନ୍ତରାୟଙ୍କ ନେତୃତ୍ବରେ ସତ୍ୟଜିତ ଦାସ, ସୌରଭ କୁମାର, ରାଜା ନିର୍ମାଲ୍ୟ, ବିବେକ ପାଣ୍ଡେ, ତୃପ୍ତି ମହାନ୍ତି, ବୈଶାଳୀ ନନ୍ଦ, ଅରୂପା ରାୟ ଯୋଶୀ, ଇନ୍ଦୁରେଖା ଦାସ, ଝାନସି ମହାନ୍ତି, ଅର୍ପିତା ପ୍ରିୟଦର୍ଶିନୀ, ତନ୍ମୟ ଦାସ, ମିସ୍ ରେନୁ, ଶଶଧର ମିଶ୍ର, ମିସ୍ କିରନ୍, ମିସ୍ ପଦ୍ମାଙ୍କ ସମେତ ହଜାରେରୁ ଅଧିକ ସମର୍ଥକ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି।

ଏହି ଅବସରରେ ବିଜେଡି ସଭାପତି ଶ୍ରୀପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ ଜୟ ଓଡ଼ିଶା କର୍ମକର୍ତ୍ତାଙ୍କୁ ବିଜେଡିରେ ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଥିଲେ। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ବିଜୟ ନାୟକ ଓ ଭୁବନେଶ୍ବର ମହାନଗର ନିଗମର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

By amfnews

Related Post