Sun. Sep 27th, 2026

ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୨୧ ଲକ୍ଷ ଟଙ୍କାର ସୁନା ଜବତ, ଜଣେ ଗିରଫ

464 Views

ଭୁବନେଶ୍ୱର : ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ୨୧ ଲକ୍ଷ ଟଙ୍କାର ସୁନା ଜବତ ହୋଇଛି। ଟ୍ରଲି ବ୍ୟାଗର ଆଲୁମିନିୟମ ଲାଇନିଂ ଭିତରେ ଲୁଚାଇ ଅଣାଯାଉଥିବା ସୁନାର ଓଜନ ୬୯୦ ଗ୍ରାମ ହେବ। କ୍ୱାଲାଲାମ୍ପୁରରୁ ସୁନା ନେଇ ଆସିଥିବା ଅଭିଯୋଗରେ କଷ୍ଟମ ବିଭାଗ ଜଣେ ଭାରତୀୟ ବଂଶୋଦ୍ଭବକୁ ଗିରଫ କରିଛି।

ସୂଚନାଯୋଗ୍ୟ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଦେଇ ବ୍ୟାଙ୍ଗଙ୍କକ୍‌ ଓ କ୍ୱାଲାଲାମ୍ପୁରୁ ସୁନା ଚାଲାଣ ହେବା ନୂଆ ଘଟଣା ନୁହେଁ। କାରଣ ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ସାର୍ଟ ବୋତାମ, ଜୋତା, ପେଷ୍ଟ ଫର୍ମ, ଭ୍ୟାନିଟି ବ୍ୟାଗ, ମଳଦ୍ୱାର ଓ ହାତ କଡ଼ାରେ ଲୁଚାଇ ଚାଲାଣ ହେଉଥିବା ସମୟରେ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି।

By amfnews

Related Post