Thu. May 21st, 2026

ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ ଭାଙ୍ଗିଦେଲେ ଦୁର୍ବୃତ୍ତ

220 Views

ପଟ୍ଟାମୁଣ୍ଡାଇ : ଝଡ଼ର ଇଗଲ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଲେ  ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ବିଜୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବିଜୁ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ଗୋପାଳପୁର ବିଜୁ ସ୍ମୃତି ସଂସଦ ପ୍ରାଙ୍ଗଣରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ଆଜି ସନ୍ଧ୍ୟା ୭ରୁ ସାଢ଼େ ୭ଟା ଭିତରେ କେତେକ ଦୁର୍ବୃତ୍ତ ବିଜୁ ପଟ୍ଟପାୟକଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ ଭାଙ୍ଗି ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବିଜୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶତାଧିକ ବିଜୁ ପ୍ରେମୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାର ତ୍ରିନାଥ ବଜାରରେ ଦେଇ ଯାଇଥିବା ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପରେ ବିଜୁ ପ୍ରେମୀ ସ୍ମୃତି ସଂସଦ ଘରକୁ ଭାଙ୍ଗି ଦେଇଥିଲେ।

ବିଜୁ ପ୍ରେମୀଙ୍କ ରାସ୍ତାରୋକ ଯୋଗୁ ପ୍ରାୟ ଘଣ୍ଟାଏ ଧରି ଗାଡ଼ି ଚଳାଚଳ ବ୍ୟାଘାତ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ବିଜୁ ପ୍ରେମୀ ରାସ୍ତାରୁ ଉଠିଥିଲେ। ମାତ୍ର ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

By amfnews

Related Post