Tue. Aug 18th, 2026

ବିଜୁଳି-ଘଡ଼ଘଡ଼ି ଯୋଗୁଁ ଐତିହାସିକ ‘ସ୍ପେସ୍‌ଏକ୍ସ୍’ ଉତ୍‌କ୍ଷେପଣ ସ୍ଥଗିତ

401 Views

କେପ୍ କାନାଭେରାଲ୍: ‘ନାସା’ର ଦୁଇଜଣ ମହାକାଶଚାରୀଙ୍କୁ ଇତିହାସ-ସୃଷ୍ଟିକାରୀ ଉଡ଼ାଣରେ କକ୍ଷପଥକୁ ନେବାକୁ ବାହାରିଥିବା ଗୋଟାଏ ‘ସ୍ପେସ୍‌ଏକ୍ସ୍‌’ ରକେଟ୍‌ ପୋତର ଉତ୍‌କ୍ଷେପଣ ସ୍ଥଗିତ ରଖାଯାଇଛି। ବିଜୁଳି ବିତ୍ପାତ ଆଶଙ୍କାରେ ଓଲଟଗଣନର ୧୬ ମିନିଟ୍ ପୂର୍ବରୁ ଉତ୍‌କ୍ଷେପଣ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ଶନିବାର ଦିନ ପୁଣି ଏହାକୁ ଉତ୍‌କ୍ଷେପଣ କରାଯିବ।

ଘଡ଼ଘଡ଼ି ଓ ବତାସ ଯୋଗୁଁ ଉତ୍‌କ୍ଷେପଣ ସମୟ ଗଡ଼ି ଯାଇଥିଲେ ବି ‘ନାସା’ର ଦୁଇଜଣ ମହାକାଶଚାରୀ ଡଉଗ୍ ହର୍ଲି ଏବଂ ବବ୍ ବେନ୍‌କେନ୍ ‘ସ୍ପେସ୍ଏକ୍ସ୍‌’ର ଫାଲ୍‌କନ୍ ରକେଟ୍-୯ ଉପରେ ଥିବା ସମ୍ପୂର୍ଣ୍ଣ ନୂଆ ଡ୍ରାଗନ୍‌ କ୍ୟାପ୍‌ସୁଲ୍ ଆରୋହଣ କରିଥିଲେ। ଅପରାହ୍ଣ ୪: ୩୩ ମିନିଟ୍ ସମୟରେ ସେମାନେ ଇଣ୍ଟର୍‌ନ୍ୟାସ୍‌ନାଲ୍ ସ୍ପେସ୍ ଷ୍ଟେସନ୍‌କୁ ଯାଇ ଥାଆନ୍ତେ।

ମୁରୁକି ହସି, ହାତ ହଲାଇ ଓ ପାରମ୍ପରିକ ‘ଥମ୍ସ୍-ଅପ୍’ ଦେଇ ଦୁଇ ମହାକାଶଚାରୀ ସେମାନଙ୍କ ପରିବାର ବର୍ଗଙ୍କ ଠାରୁ ବିଦାୟ ନେଇ ଯାନ ମଧ୍ୟକୁ ପ୍ରବେଶ କରିଥିଲେ। ଏହାଛଡ଼ା କରୋନାଭାଇରସ୍ ପାଇଁ ନିରାପଦ ଦୂରତ୍ବରେ ରହି ଦୁହେଁ ପରିବାର ବର୍ଗଙ୍କ ସହ ଫ୍ଲାଇଙ୍ଗ୍ କିସ୍ ବିନିମୟ କରିବା ସହ ଛୋଟ ପୁଅମାନଙ୍କୁ କୋଳାଗ୍ରତ କରିବାର ଅଭିନୟ ମଧ୍ୟ କରିଥିଲେ।

ଉତ୍‌କ୍ଷେପଣ ଦେଖିବା ନିମନ୍ତେ ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ଏବଂ ଉପରାଷ୍ଟ୍ରପତି ମାଇକ୍ ପିନ୍‌ସ୍ ମଧ୍ୟ ପହଞ୍ଚିଥିଲେ।

By amfnews

Related Post