Sat. Sep 19th, 2026

ବିଚ୍ ରାସ୍ତାରେ ଛାତ୍ରକୁ ମାଡ଼

187 Views

ଖଲ୍ଲିକୋଟ : କମେଣ୍ଟ ମରାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ଜଣେ ଛାତ୍ରକୁ ନିର୍ଦ୍ଦୂମ ମାଡ଼ । ଆଣ୍ଠେଇ, କାନ ଧରାଇ ଏକରକମ କଙ୍ଗାରୁ କୋର୍ଟ ଭଳି ଦିଆଯାଉଛି ଶାସ୍ତି ।  ଏପରି  ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ମୁଖ୍ୟ ବସ୍‌ଷ୍ଟାଣ୍ଡ ଛକରେ । ଗତ ଦୁଇ ମାସ ତଳେ ଘଟିଥିବା ଏପରି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହା ସାମନାକୁ ଆସିଛି।

ଅଭିଯୋଗ ଅନୁସାରେ,  ପ୍ରାୟ ୨ ମାସ ପୂର୍ବେ ଏକ ରାଶନ ଦୋକାନରେ ଜଣେ ଛାତ୍ରୀଙ୍କୁ ସମ୍ପୃକ୍ତ ଛାତ୍ର କମେଣ୍ଟ ମାରିଥିଲେ। ଏହା ଦେଖି ଉତ୍ତ୍ୟକ୍ତ ଲୋକେ ବିଚ୍‌ରାସ୍ତାରେ ତାଙ୍କୁ  ମାଡ ମାରିବା ସହ କାନ ଧରି ଆଣ୍ଠେଇ ଦେଇଥିଲେ।  ଭିଡ଼ିଓ ଭାଇରାଲ୍‌ ପରେ ଖଲ୍ଲିକୋଟ ଥାନା ପୁଲିସ୍‌  ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଛାତ୍ରଙ୍କ ପରିବାର ଲୋକେ ଥାନାରେ ଏନେଇ ଏତଲା ଦେବେ ବୋଲି ଜଣାପଡ଼ିଛି l

By amfnews

Related Post