Fri. May 17th, 2024

ବାହୁଡା ଯାତ୍ରା:ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡିଲା ରଥ

By Pooja Jul 22, 2018 #Featured
668 Views

ପୁରୀ, ଜୁଲାଇ ୨୨ : ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ରଥ  ।  ରଥଯାତ୍ରା ପରି ବାହୁଡା ଯାତ୍ରାରେ ମଧ୍ୟ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଯାଇଛି । ଅପରାହ୍ଣ ୨ ଟା ୩୦ ନିର୍ଦ୍ଧାରିତ ସମୟ ଥିଲାବେଳେ ୧ ଟା ୨୦ରୁ ଶ୍ରଦ୍ଧାଳୁଙ୍କ ଦ୍ୱାରା ରଥଟଣା ଆରମ୍ଭ ହୋଇଯାଇଛି । ଶରଧାବାଲିରେ ପ୍ରଥମେ ପ୍ରଭୁ ବଳ ଭଦ୍ରଙ୍କ ତାଳଧ୍ୱଜ ରଥ ଟାଣିଛନ୍ତି ଶ୍ରଦ୍ଧାଳୁ ।
ଘଣ୍ଟ ନାଦରେ ଲକ୍ଷାଧିକ ଭକ୍ତମାନେ ହରିବୋଲ ହୁଳହୁଳି ଦେଇ ଟାଣି ନେଉଛନ୍ତି ତାଳଧ୍ୱଜକୁ । ପ୍ରଥମେ ଗଜପତି ମହାରାଜ ଦିବ୍ୟସିଂହ ଦେବ ରାଜା ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା କରିଥିଲେ । ରାଜଗୁରୁ ମୁଦୁଲି ସେବକଙ୍କ ଠାରୁ ସୁନା ଖଡିକା ଆଣି ସଂସ୍କାର କରି ଗଜପତିଙ୍କ ହାତକୁ ବଢାଇବା ପରେ ସୁନା ଖଡ଼ିକାରେ ତାଳଧ୍ୱଜ ଉପରେ ଛେରା ପହଁରା ହୋଇଥିଲା ।
ଏହା ପରେ ଚାରମାଳ ଫିଟା ନୀତି ସମ୍ପନ୍ନ ହେବା ପରେ କଳା ଘୋଡ଼ା ବନ୍ଧା ଯାଇଥିଲା । ପରେ ପରେ ଗଡ଼ିଥିଲା ତାଳଧ୍ୱଜ । ଅନ୍ୟପକ୍ଷରେ ନନ୍ଦିଘୋଷ ଓ ଦେବ ଦଳନ ରଥରେ ମଧ୍ୟ ଛେରା ପହଁରା ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଯାଇଛି ।

By Pooja

Related Post