Wed. Jul 29th, 2026
228 Views

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ ବାହା ହୋଇଗଲେ! ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ବଲିଉଡ୍‌ର ଭାଇଜାନ୍ ବାହା ହେଉଥିବାର ଦୃଶ୍ୟ ରହିଛି। ଏଥିରେ ସେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବେକରେ ବରଣମାଳା ପକାଉଥିବା ଦେଖିବାକୁ ମିଳିଛି। ସଲମାନ୍‌ ନୀଳ ରଙ୍ଗର ଶେରୱାନି ପିନ୍ଧିଥିବା ବେଳେ କ୍ୟାଟ୍ରିନା ଲାଲ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ବାହାଘର ପରେ ଉଭୟଙ୍କ ଉପରେ ଫୁଲ ବର୍ଷା ବି କରାଯାଇଛି। ଉପସ୍ଥିତ ଲୋକେ ଜୋରରେ ତାଳି ବି ମାରୁଛନ୍ତି।

ଆମେ ଏଠାରେ କହି ରଖୁଛୁ, ଭାଇରାଲ ହେଉଥିବା ଏହି ଭିଡିଓଟି ନିକଟରେ ରିଲିଜ୍ ହୋଇଥିବା ସଲମାନ୍‌ ଓ କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ‘ଭାରତ’ର ଏକ ସିନ୍‌, ଯେଉଁଥିରେ ସେ ଦୁହିଁଙ୍କ ବାହାଘର ହୋଇଛି। ଏହି ଭିଡିଓଟିକୁ ସଲ୍‌ମାନ୍‌ହୋଲିକ୍‌ ନାଁରେ ଥିବା ଏକ ଆକାଉଣ୍ଟରୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ୍ କରାଯାଇଛି।

ସୂଚନାଯୋଗ୍ୟ, ସଲମାନ୍ କେବେ ବାହା ହେବେ? ସେ ଯେଉଁଆଡ଼େ ଯାଆନ୍ତି, ଏହି ପ୍ରଶ୍ର ସମ୍ମୁଖୀନ ନିଶ୍ଚିତ ହୁଅନ୍ତି। ସେ କେବେ ବି ଏହାର ସିଧାସଳଖ ଉତ୍ତର ଦେଇ ନାହାନ୍ତି। ବୁଲାଇ ବଙ୍କାଇ ସେ ଏହାର ଉତ୍ତର ଦିଅନ୍ତି।

ଆଗକୁ ସଲମାନ୍ ବିଗ୍ ବସ୍ ୧୩ ସଂସ୍କରଣର ହୋଷ୍ଟ୍ କରିବାକୁ ଥିବା ବେଳେ କ୍ୟାଟ୍ରିନା ୨୦୨୦ରେ ଆସିବାକୁ ଥିବା ଫିଲ୍ମ ସୂର୍ଯ୍ୟବଂଶୀରେ ଅଭିନୟ କରିବେ। ଏହି ଫିଲ୍ମରେ କ୍ୟାଟ୍ରିନାଙ୍କ ସହିତ ଅକ୍ଷୟ କୁମାର ଅଛନ୍ତି।

By amfnews

Related Post