Sun. Sep 13th, 2026

ବାହା କରାଇ ଦେବା କହି ଯୁବକଙ୍କୁ ଠକୁଥିବା ଗ୍ୟାଙ୍ଗ୍‌ ଠାବ କଲା ପୁଲିସ, ଜଣେ ଯୁବକ ଓ ଜଣେ ଯୁବତୀ ଗିରଫ

190 Views

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ବାରାବଙ୍କୀ ଅଞ୍ଚଳରେ ଅବିବାହିତ ଯୁବକଙ୍କମାନଙ୍କୁ କମ୍‌ ବୟସର ଝିଅମାନଙ୍କ ସହ ବାହା କରାଇ ଦେବାର ପ୍ରଲୋଭନ ଦେଖାଇ ଠକୁଥିବା ଏକ ଗ୍ୟାଙ୍ଗ୍‌କୁ ପୁଲିସ ଠାବ କରିଛି। ପୁଲିସ ଏଥିରେ ଜଣେ ଯୁବତୀ ଓ ତାର ସାଥୀ ଯୁବକକୁ ଗିରଫ କରିଥିବା ଜଣାଯାଇଛି।

ଏ ଘଟଣା ସଂପର୍କରେ ଏଏସପି  ଆର୍‌ଏସ୍‌ ଗୌତମ୍‌ କହିଛନ୍ତି ଯେ, ଜଣେ ଯୁବକ ପୁଲିସ ନିକଟରେ ଅଭିଯୋଗ କରିଥିଲେ ଯେ ସହରର ଏକ ହୋଟେଲକୁ ଡାକିଥିଲେ ଠକ ଗ୍ୟାଙ୍ଗର ଜଣେ ସଦସ୍ୟ । ହୋଟେଲରେ ପହଞ୍ଚିବାପରେ ତାଙ୍କୁ ଜଣେ କମ୍‌ ବୟସର ଝିଅକୁ ଦେଖାଇ ତା’ ସହିତ ବାହାଘର କରାଇ ଦେବେ ବୋଲି କହିଥିଲେ। ତା’ ପରେ ଉକ୍ତ ଯୁବକଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ମାଗିଥିଲେ ସେହି ସଦସ୍ୟ। ଠକାମିର ଶିକାର ହୋଇଥିବା ଯୁବକ ଜଣକ ନିଜ  ବ୍ୟାଙ୍କ୍‌ ଏକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଦେଇଥିଲେ। ଏହାପରେ ଠକ  ଯୁବକ ନିଜ ମୋବାଇଲ ସୁଇଚ ଅଫ୍‌ କରି ଫେରାର୍‌ ହୋଇଯାଇଥିଲା। ସନ୍ଧ୍ୟାରେ ପୀଡିତ ଯୁବକକୁ ୫ଟି ଝିଅ ସହ ବାହାଘର କରାଇବାର କଥା  ଦିଆଯାଇଥିଲା।

ଏହାପରେ ପୁଲିସ ଘଟଣାର ତଦନ୍ତ କରିବା ପରେ ଏଭଳି ଏକାଧିକ ମାମଲା ସାମ୍ନାକୁ ଆସିଥିଲା। ଏପରିକି ଗ୍ୟାଙ୍ଗ୍‌ର ସଦସ୍ୟ ଯୁବକଙ୍କୁ ଯୁବତୀଙ୍କ ସହ ରାତ୍ରିଯାପନର ସୁବିଧା ମଧ୍ୟ ଦେଉଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବିହାରର ମୁଙ୍ଗେର ଅଞ୍ଚଳର ରୁଜଲ୍‌ ଓ ଜମାଲପୁର ଫୁଲ କୁମାରୀଙ୍କୁ ଗିରଫ କରିଥିଲେ।

 

By amfnews

Related Post