Sun. Oct 4th, 2026

ବାଲେଶ୍ୱର: ଶାଳବଣି ଉସୁମାନିଆ ପୋଲ ଉପରୁ ଶିଶୁକନ୍ୟା ଉଦ୍ଧାର

267 Views

ନୀଳଗିରି   : ବୁଧବାର ରାତି ପ୍ରାୟ ୧୨: ୧୫ ମିନିଟ୍‌ ସମୟରେ ସ୍ଥାନୀୟ ମହିଷାପଟ୍ଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶାଳବଣି ଗାଁ ମୁଣ୍ଡରେ ଥିବା ଉସୁମାନିଆ ପୋଲ ଉପରୁ ଏକ ନବଜାତ କନ୍ୟା ଉଦ୍ଧାର କରାଯାଇଛି।

କେହି ଜଣେ ଉକ୍ତ ଶିଶୁକନ୍ୟାକୁ ସେଠାରେ ଛାଡ଼ି ପଳାଇଯାଇଥିବା ଅନୁମାନ କରାଯାଉଛି। ତା’ର କାନ୍ଦ ଶୁଣି ପୋଲ ନିକଟରେ ଥିବା ଏକ ଘରର ମାଲିକାଣୀ ଆରତି ସିଂ ଘଟଣାସ୍ଥଳରେ ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲେ। ସେ ତୁରନ୍ତ ଉକ୍ତ ଗ୍ରାମର ୧୧ ନମ୍ବର ଓ୍ଵାର୍ଡର ସଭ୍ୟ ଶଙ୍କର ସିଂ ଏବଂ ରବୀନ୍ଦ୍ର ସିଂଙ୍କୁ ଏ କଥା ଜଣାଇଥିଲେ। ସେମାନେ ୧୦୮ ଆମ୍ବୁଲାନ୍‌ସ୍‌ ଡକାଇ ଚିକିତ୍ସା ନିମନ୍ତେ ପିଲାଟିକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

By amfnews

Related Post