Fri. Oct 16th, 2026

ବାଲେଶ୍ୱର: ଉତା ପୋଖରୀରୁ ଯୁବକଙ୍କ ଶବ ଉଦ୍ଧାର

269 Views

ବାହାନଗା: ରବିବାର ସକାଳେ ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକ୍‌ ଅନ୍ତର୍ଗତ ବରିପଦା ପଞ୍ଚାୟତ ଅଞ୍ଚଳର ମହାରୁଦ୍ରପୁର ଗ୍ରାମର ଉତା ପୋଖରୀରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି।

ମୃତ ଯୁବକ ହେଉଛନ୍ତି ଅଟାସପୁର ଗ୍ରାମର ଗଗନା ମଳିକଙ୍କ ୨୪ ବର୍ଷିୟ ପୁଅ ମନ୍ମଥ।

ଗତରାତିରେ ମନ୍ମଥ ଘରକୁ ଫେରି ନ ଥିଲେ।

ଆଜି ସକାଳେ ଘର ଠାରୁ ପ୍ରାୟ ୨ କିଲୋମିଟର୍‌ ଦୂରରେ ଥିବା ଉତା ପୋଖରୀରେ ତାଙ୍କର ଶବ ଭାସୁଥିବା କଥା ସ୍ଥାନୀୟ ଲୋକେ ଦେଖିଥିଲେ।
ଘଟଣାସ୍ଥଳରେ ଗୋପାଳପୁର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମନ୍ମଥଙ୍କ ବିବାହିତ ଏବଂ ତାଙ୍କର ଗୋଟାଏ ପୁଅ ଅଛି।

By amfnews

Related Post