Mon. May 13th, 2024

ବାଲିଯାତ୍ରା ପଡ଼ିଅ। ରୁ ସତୁରୀ ମିନିଟ ଅସତ୍ୟ, ଅର୍ଦ୍ଧସତ୍ୟ ଓ ଅପସତ୍ୟ

By Kedar Mishra Jun 2, 2018 #Featured
506 Views

କେଦାର ମିଶ୍ର:
ଦେଶର ପ୍ରଧାନମନ୍ତ୍ରୀ ଯେତେବେଳେ ଭାଷଣ ଦିଅନ୍ତି ସେତେବେଳେ ତାର ସତ୍ୟସତ୍ୟକୁ ପ୍ରଶ୍ନ ଉଠାଇବାର କୌଣସି ଅବକାଶ ନଥାଏ । ପାରମ୍ପରିକ ଭାବରେ ଏହା ଧରିନିଅ । ଯାଏ ଯେ ଦେଶର ଅନ୍ୟତମ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ଜଣକ ଅନ୍ତତଃ ସାଧାରଣ ଜୀବନରେ ନିଜର ନିଷ୍ଠା ପ୍ରଦର୍ଶନ କରିବେ ଓ ସତ୍ୟ ପ୍ରତି ଅନୁରକ୍ତ ରହିବେ । ସତୁରୀ ବର୍ଷର ଗଣତାନ୍ତ୍ରିକ ଇତିହାସରେ ଅ ।ମେ ଅ ।ମର ପ୍ରଧାନମନ୍ତ୍ରୀମାନଙ୍କୁ ବିଶ୍ୱାସ କରି ଅ ।ସିଛୁ ଓ ସେମାନେ ଯେ ଦେଶ ପ୍ରତି ସତ୍ୟନିଷ୍ଠ ରହିବେ ସେ ଭରସାରେ ମଧ୍ୟ ରହିଛ । ସେଇ ଅ ।ଧାରରେ ଗତ ମଇ ୨୬ ତାରିଖ ଦିନ କଟକ ବାଲିଯାତ୍ରା ପଡିଅ ।ରେ ଯେତେବେଳେ ଅ ।ମ ପ୍ରଧାନମନ୍ତ୍ରୀ ତାଙ୍କ ଶାସନ ପୂର୍ତ୍ତିର ଚତୁର୍ଥ ବର୍ଷ ପାଳନ ଅବସରରେ ୭୦ ମିନିଟ ବ୍ୟାପୀ ଯେଉଁ ଭାଷଣ ଦେଲେ ତାହାର ତର୍ଜମା ହେବ ନିହାତି ଜରୁରୀ । ଓଡିଶା ସମ୍ପର୍କରେ ପ୍ରଧାନମନ୍ତ୍ରୀ ସେଦିନ ଯାହା କହିଲେ ସେଥିରୁ ଅନେକ ଯେ ଅର୍ଦ୍ଧସତ୍ୟ ସେ ବିଷୟରେ ଓଡିଅ । ଗଣମାଧ୍ୟମରେ ବିଶଦ ଅ ।ଲୋଚନା ହୋଇଛି । ମହାନଦୀ ଜଳ ବଣ୍ଟନକୁ ନେଇ ଛତିଶଗଡ ଓ ଓଡିଶା ମଧ୍ୟରେ ·ଲିଥିବା ବିବାଦ ବିଷୟ ଉଠେଇ ପ୍ରଧାନମନ୍ତ୍ରୀ ଓଡିଶା ଉପରକୁ ସବୁ ଦୋଷ ଠେଲିଦେଲେ ଓ ନିଜ ଦଳର ସରକାରକୁ ଅତି ଚତୁରତାର ସହ ସୁରକ୍ଷା ଦେଲେ । ନିକଟ ଭବିଷ୍ୟତରେ ଛତିଶଗଡ ବିଧାନସଭା ନିର୍ବାଚନ ଥିବାରୁ, ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ବାଧ୍ୟ ବାଧକତା ଅ ।ମେ ବୁଝୁଛୁ । ହେଲେ ଟ୍ରିବ୍ୟୁନାଲ ଗଠନ ବିଷୟରେ ଓଡିଶା ସରକାର ଅସହମତ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିବା, କେବଳ ଅସତ୍ୟ ନୁହେଁ, ଏହାସତ୍ୟର ଭୟଙ୍କର ଅପଳାପ । ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇସାରିଛି ଓ ଟ୍ରିବ୍ୟୁନାଲ ଗଠନ ପୂର୍ବରୁ ଏହା ନହେଉ ବୋଲି କେନ୍ଦ୍ର ସରକାରଯେ ସୁପ୍ରିମକୋର୍ଟରେ ଲିଖିତ ଯୁକ୍ତି ରଖିଥିଲେ ଏକଥା କଣ ପ୍ରଧାନମନ୍ତ୍ରୀ ଜାଣନ୍ତି ନାହିଁ!
ଓଡିଶାର ଜଳସେଚନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଯାହା କହିଲେ, ତାହା ହୁଏତ ସତ୍ୟ, କିନ୍ତୁ ସଙ୍ଘୀୟ ବ୍ୟବସ୍ଥାରେ କୃଷି ଓ ଜଳସେଚନ ରାଜ୍ୟର ଦାୟିତ୍ୱ । ସେଥିରେ କେନ୍ଦ୍ର ସରକାର ସିଧା ହସ୍ତକ୍ଷେପ କରିବା, ଅ ।ଦୌ ଗ୍ରହଣୀୟ ନୁହେଁ । ତେବେ ପ୍ରଧାନମନ୍ତ୍ରୀ ସେଦିନ ଏମିତି ଅ ।ହୁରି ଅନେକ କଥା କହିଥିଲେ ଯାହାର ବିଶେଷ ତର୍ଜମା ହୋଇନାହିଁ । ପ୍ରଥମତଃ ଏହି ଭାଷଣ ଅତ୍ୟନ୍ତ ଦୀର୍ଘ ଥିଲା ଓ ସେଥିରେ କେବଳ ନିଜ ସଫଳତାର ବର୍ଣ୍ଣନା ରହିଥିଲା । ସକାଳୁ କେନ୍ଦ୍ର ସରକାର ଦେଇଥିବା ବିଜ୍ଞାପନ ଓ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ବିଶେଷ ଫରକ ଅବଶ୍ୟ ନଥିଲା । ତେଣୁ ଏହି ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଯାହା ଥିଲା, ସେ ବିଷୟରେ ଚର୍ଚ୍ଚା ତ ହୋଇଛି । ଅ ।ମ ପାଇଁ ବଡ ଅ ।କର୍ଷଣ ହେଉଛି, ପ୍ରଧାନମନ୍ତ୍ରୀଙ୍କ ଭାଷଣରେ କଣ ନଥିଲା ।
ସେଦିନ ସତୁରୀ ମିନିଟ ଭାଷଣ ଦେବା ଅବସରରେ ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ବା ଡିମନିଟାଇଜେସନ ବିଷୟରେ ଗୋଟିଏ ଶବ୍ଦ ମଧ୍ୟ ଉଚ୍ଚାରଣ କରିନଥିଲେ । ୨୦୧୭ ମସିହା ନଭେମ୍ବର ୮ ତାରିଖରେ ଯେତେବେଳେ ପ୍ରଧାନମନ୍ତ୍ରୀ ଦେଶରେ ପ୍ରଚଳିତ ପ୍ରତି ଟି ୫୦୦/୧୦୦୦ ଟଙ୍କାର ନୋଟ କେବଳ କାଗଜ ଟୁକୁଡା ବୋଲି କହି ସାରା ଦେଶକୁ ବ୍ୟାଙ୍କ ଅ ।ଗରେ ଠିଅ । କରେଇଦେଲେ, ସେତେବେଳେ ଏହା ଦେଶର କଳାଧନ ଉପରେ ସବୁଠୁ ବଡ ଅ ।କ୍ରମଣ ବୋଲି କୁହାଗଲା । ପ୍ରାୟ ଛଅ ମାସ ଧରି ଲୋକେ ଟଙ୍କା ପାଇଲେ ନାହିଁ । ଘଣ୍ଟା ଘଣ୍ଟା ବ୍ୟାଙ୍କ ଅ ।ଗରେ ଠିଅ । ହୋଇ କିଛି ଲୋକ ପ୍ରାଣ ମଧ୍ୟ ହରାଇଲେ । ସେତେବେଳେ ପ୍ରଧାନମନ୍ତ୍ରୀ ଅ ।ଶ୍ୱାସନା ଦେଇ କହିଥିଲେ, ୫୦ ଦିନ ଭିତରେ ସବୁକିଛି ଠିକ ହୋଇଯିବ । ହେଲେ ପ·ଶ ଦିନ ଯାଇ ଇତି ମଧ୍ୟରେ ୧୯ ମାସ ବିତି ସାରିଲାଣି । ଅବଶେଷରେ ମିଳିଲା କଣ? ସବୁ ଅଚଳ ଟଙ୍କା ବ୍ୟାଙ୍କକୁ ଫେରି ଅ ।ସିଲା । ଅ ।ଜି ମଧ୍ୟ ଦେଶର ଏକ ଏଟିଏମ ଅଚଳ । ଅ ।ଜି ମଧ୍ୟ ବଜାରରେ ବିମୁଦ୍ରାକରଣ ଅ ।ଗରୁ ଯେତେ ଟଙ୍କା ଥିଲା, ତାଠୁ ଲକ୍ଷେ କୋଟି ଟଙ୍କା ଅଧିକ ମୁଦ୍ରା ଅ ।ସି ସାରିଲାଣି । ତଥାପି ବଜାରରେ ଟଙ୍କାର ଅଭାବ ରହିଛି । ବହୁ ପରିମାଣରେ ନକଲି ଟଙ୍କା ଇତି ମଧ୍ୟରେ ବଜାରକୁ ଅ ।ସିଛି । କଳା ଟଙ୍କା ସବୁ ଗୋଲାପି ହୋଇ ଯାଇଛି । ଏ ବିଷୟରେ ପ୍ରଧାନମନ୍ତ୍ରୀ ପଦେ କଥା କାଇଁ କହିଲେ ନାଇଁ ତ!! ପ୍ରଧାନମନ୍ତ୍ରୀଙ୍କ ନିରବତାରୁ ଗୋଟିଏ କଥା ସ୍ପଷ୍ଟ ଯେ ବିମୁଦ୍ରାକରଣ ମୋଦୀ ସରକାରର ସଫଳତା ଭାବରେ ଅ ।ଉ ବିବେଚିତ ହେଉନାହିଁ । ତେଣୁ ପ୍ରଧାନମନ୍ତ୍ରୀ ଜାଣି ଶୁଣି ସେଦିନ ଏହି ପ୍ରସଙ୍ଗ ଉଠାଇ ନଥିଲେ ।
ଦ୍ୱିତୀୟ କଥାଟି ହେଉଛି ଭ୍ରଷ୍ଟା·ର ରୋକିବା ପ୍ରସଙ୍ଗରେ ମୋଦୀ ସରକାରର ସଫଳତା । ବେନାମୀ ସମ୍ପତ୍ତି ଜବତ ଲାଗି ଅ ।ସିଥିବା ନୂଅ । ଅ ।ଇନ ବଳରେ ପ·ଶ ହଜାର କୋଟିରୁ ଅଧିକ ଟଙ୍କା ଠାବ କରା ଯାଇଛି ବୋଲି ମୋଦୀ କହୁଥିବା ବେଳେ ବାସ୍ତବରେ କେତେ ଟଙ୍କା ଯେ ଜବତ ହୋଇଛି, ତାହାର ତଥ୍ୟ କେହି ଜାଣନ୍ତି ନାହିଁ । ଧନ ଠାବ ହେବା ଓ ଜବତ ହେବା ଏକା କଥା ନୁହେଁ । ସେହିପରି ଭ୍ରଷ୍ଟା·ର ରୋକିବା ଲାଗି ଲୋକପାଳ ଅନୁଷ୍ଠାନ କାହିକି କାର୍ଯ୍ୟକ୍ଷମ ହେଲାନାହିଁ, ସେ ବିଷୟରେ କିଛି ତଥ୍ୟ ଅ ।ମକୁ ମିଳିଲା ନାହିଁ । ବୋଧହୁଏ ଲୋକପାଳ ଦାବି ଏକ ଧୂଅ ।ଁବାଣ ଥିଲା ଓ ସମୟକ୍ରମେ ଲୋକପାଳ କଥା ଅ ।ମେ ଭୁଲିସାରିଲୁଣି । ବର୍ତ୍ତମାନ ସମୟରେ ଦୁର୍ନୀତି ନିବାରଣ କ୍ଷେତ୍ରରେ କାମ କରୁଥିବା ସିବିଅ ।ଇ, ସିଭିସି ଓ ଏଜି ଭଳି ସଂସ୍ଥା ପ୍ରାୟ ଅକାମୀ ଅବସ୍ଥାରେ ଅଛନ୍ତି । ସେଦିନ ସଭାରେ ମୋଦୀ ବଡ ଜୋର ଦେଇ କହିଲେ ଯେ ଦୁର୍ନୀତି ଅଭିଯୋଗରେ ଏବେ ·ରି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବେ ଜେଲରେ ଅଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ଜଗନ୍ନାଥ ମିଶ୍ର, ମଧୁ କୋଡା ଓ ଓମ ପ୍ରକାଶ ଚଉତାଲା ଜେଲରେ ଅଛନ୍ତି, ଏକଥା ସତ । ହେଲେ ଏମାନଙ୍କୁ ଧରିବାରେ ମୋଦୀ ସରକାରର ସାମାନ୍ୟତମ ଅବଦାନ ଅଛି କି? ବରଂ ଏମାନେ ସମସ୍ତେ ୟୁପିଏ ସରକାର ଅମଳରେ ସଜା ପାଇଛନ୍ତି ଓ ସେତେବେଳେ ସିବିଅ ।ଇ ଏମାନଙ୍କ ବିରୋଧରେ ତଦନ୍ତ କରି ସେମାନଙ୍କୁ ସଜା ଦିଅ ।ଇବାରେ ସଫଳ ହୋଇଛି । ଏଇ ସରକାର ଅମଳରେ ବରଂ ୨ଜି ମହାଦୁର୍ନୀତି ଅଭିଯୋଗରେ ସବୁ ଅଭିଯୁକ୍ତ ଖଲାସ ହୋଇଛନ୍ତି । ବ୍ୟାଙ୍କରୁ କୋଟି କୋଟି ଟଙ୍କା ଋଣ ନେଇ ବିଜୟ ମାଲ୍ୟା, ନୀରବ ମୋଦୀ, ମେହୁଲ େ·କସି, ଦ୍ୱାରକା ଦାସ ଠାକୁର, ଲଳିତ ମୋଦୀ ପ୍ରମୁଖ ଦେଶ ଛାଡି ମୋଦୀ ସରକାର ଅମଳରେ ଇ ବିଦେଶକୁ ଖସିଯିବାରେ ସଫଳ ହୋଇଛନ୍ତି । ସେମାନଙ୍କ ବିଷୟରେ କାଇଁ ପ୍ରଧାନମନ୍ତ୍ରୀ ପଡେ କଥା କହିଲେ ନାଇଁ ତ !!

By Kedar Mishra

Kedar Mishra is the Editor of AMFNews.com.

Related Post