Thu. Jun 11th, 2026

ବାରାମୁଲ୍ଲା ଜିଲ୍ଲାକୁ ରାଜ୍ୟର ସର୍ବପ୍ରଥମ ଆତଙ୍କବାଦୀ ମୁକ୍ତ ଜିଲ୍ଲା ଭାବେ ଘୋଷଣା କଲା ଜମ୍ମୁ- କଶ୍ମୀରର ପୁଲିସ୍‌ ପ୍ରଶାସନ

284 Views

ଶ୍ରୀନଗର (ଜମ୍ମୁ- କଶ୍ମୀର): ଜମ୍ମୁ- କଶ୍ମୀରର ବାରାମୁଲ୍ଲା ଜିଲ୍ଲାକୁ ରାଜ୍ୟର ସର୍ବପ୍ରଥମ ଆତଙ୍କବାଦୀ ମୁକ୍ତ ଭାବେ ଆଜି ଘୋଷଣା କରିଛି ଜମ୍ମୁ- କଶ୍ମୀରର ପୁଲିସ୍‌ ପ୍ରଶାସନ। ଜମ୍ମୁ- କଶ୍ମୀରର ପୁଲିସ୍‌ ମହାନିର୍ଦ୍ଦେଶକ (ଡିଜିପି) ଦିଲ୍‌ବାଗ ସିଂହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ ଆଜିର ତାରିଖରେ ଜଣେ ହେଲେ ବି ଆତଙ୍କବାଦୀ ବାରାମୁଲ୍ଲା ଜିଲ୍ଲାରେ ଜୀବିତ ନାହାନ୍ତି।

ଗତକାଲି (ବୁଧବାର) ସୁରକ୍ଷା ବାହିନୀ ସହ ହୋଇଥିବା ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର- ଇ- ତଏବାର ତିନି ଜଣ ଆତଙ୍କବାଦୀଙ୍କୁ ସଫଳତା ପୂର୍ବକ ନିପାତ କରାଯିବା ପରେ ଏବେ ଆଉ ଜଣେ ହେଲେ ବି ଆତଙ୍କବାଦୀ ବାରାମୁଲ୍ଲା ଜିଲ୍ଲାରେ ଜୀବିତାବସ୍ଥାରେ ନାହାନ୍ତି। ବୁଧବାର ସୁରକ୍ଷା ବାହିନୀ ହାତରେ ନିହତ ହୋଇଥିବା ଲସ୍କର- ଇ- ତଏବାର ତିନି ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ସୁହିବ୍‌ ଫାରୁକ୍‌ ଆଖୁନ୍‌, ମୋହସିନ୍‌ ମୁସ୍ତାକ ଭଟ୍ଟ ଓ ଅହମ୍ମଦ ଦର୍ଜୀ। ଏହି ତିନି କୁଖ୍ୟାତ ଆତଙ୍କବବାଦୀ ଜମ୍ମୁ- କଶ୍ମୀରରେ ସଂଘଟିତ ଏକଧିକ ଆତଙ୍କବାଦୀ ହାମ୍‌ଲାରେ ସଂପୃକ୍ତ ଥିବା କହିଛନ୍ତି ଜମ୍ମୁ- କଶ୍ମୀର ଡିଜିପି।

By amfnews

Related Post