Tue. Sep 29th, 2026

ବାବାଙ୍କୁ ବି କ୍ଷମତା ମୋହ! ଥରୁଟିଏ ନ ଜିତି ବି ୧୭ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଏହି ସନ୍ଥ

393 Views

ମଥୁରା: କ୍ଷମତାର ମୋହ କାହାକୁ ବା ନ ଘାରିଛି! ଏହି କ୍ଷମତା ମାୟାର ଜଣେ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ୭୬ ବର୍ଷିଅ ବାବା ପାଖଡ଼ ସିଂହ। ସେ ଏଯାବତ୍‌ ୧୬ଟି ନିର୍ବାଚନ ଲଢ଼ି ସାରିଲେଣି। ଆଶ୍ଚର୍ଯ୍ୟର କଥା ହେଉଛି ୧୬ ଥର ନିର୍ବାଚନ ଲଢ଼ି ହାରି ଯାଇଥିବା ଏହି ବାବା ଜଣଙ୍କର ମନୋବଳ ଏବେ ବି ଭାଙ୍ଗି ଯାଇନି। ସେ ଏଥର ପୁଣି ନିର୍ବାଚନ ଲଢ଼ି ତାଙ୍କ ଭାଗ୍ୟ ପରୀକ୍ଷା କରିବାକୁ ଚାହାନ୍ତି। ବାବା ଏଥ ମଥୁରା ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ପୁଣି ନିର୍ବାଚନ ଲଢ଼ିବେ ବୋଲି ସୂଚନା ରହିଛି।

ସେ ଏତେ ଥର ହାରିବା ପରେ ବି କିପରି ନିର୍ବାଚନ ଲଢ଼ି ଚାଲିବାର ଇଚ୍ଛା ତାଙ୍କ ଭିତରେ ରହିଛି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ବାବା କହିଛନ୍ତି, ‘ ମୋ ଗୁରୁ ମୋତେ କହିଛନ୍ତି ମୁଁ ୨୦ ଥରରେ ନିର୍ବାଚନ ଜିତିବି। ଏସବୁ ପରାଜୟରେ ମୁଁ ଭୟଭୀତ ନୁହେଁ। ଆହୁରି ୩ ଥର ନିର୍ବାଚନ ଲଢ଼ିବା ପରେ ମୁଁ ନିଶ୍ଚୟ ଜିତିବି।’

By amfnews

Related Post