Wed. Sep 9th, 2026

ବାଣ ଫୁଟାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା

222 Views

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍‌ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଞ୍ଚଳରେ ବାଣ ଫୁଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର କରୁଣ ପରିଣତି ଦେଖିବାକୁ ମିଳିଛି। ଗୋଟିଏ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅମରେଶ ନାୟକ।

ସୂଚନା ଅନୁଯାୟୀ, ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା। ଗତକାଲି ସନ୍ଧ୍ୟାରେ ଭୋଜି ଓ ବାଣ ଫୁଟାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ତେବେ ଘଟଣାର ସମାଧାନ ହୋଇଥିଲା। କିନ୍ତୁ ବିଳମ୍ୱିତ ରାତିରେ ଗୋଟିଏ ଗୋଷ୍ଠୀ ଉପରେ ଅନ୍ୟ ଗୋଷ୍ଠୀର ୩୦ରୁ ଅଧିକ ଯୁବକ ଏକତ୍ରିତ ହୋଇ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଅମରେଶଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣ କରିଥିବା ଗୋଷ୍ଠୀର ୨୫ରୁ ଅଧିକ ଯୁବକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post