Fri. Apr 24th, 2026

ବାଜପେୟୀଙ୍କ ବିୟୋଗରେ ଶ୍ରୀଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ଶୋକ

280 Views

ରାଉରକେଲା, ୨୦ା୮: ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶ୍ରୀଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ଗଭୀର ଶୋକସଭା ଆୟୋଜିତ ହୋଇଯାଇଛି । ସ୍ଥାନୀୟ ହନୁମାନ ବାଟିକ ସ୍ଥିତ ସମିତିର ସତ୍ସଙ୍ଗ ଭବନ ଠାରେ ଆଜି ଅପରାହ୍ନରେ ଆୟୋଜିତ ଶୋକସଭାରେ ସମିତିର ସମସ୍ତ ସଭ୍ୟ ଗଭୀର ଶୋକ ପ୍ରକାଶ କରିଥିଲେ ।

ତାଙ୍କ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇଥିଲା । ଏହି ଶୋକ ସଭାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ସନାତନ ସଂସ୍ଥାର ପ୍ରକାଶ ମାଲ୍ୟନ୍ଦକର, ପ୍ରେମଭାଇ ପ୍ରମୁଖ ଯୋଗ ଦେଇଥିବା ବେଳେ ସମିତି ଅଧ୍ୟକ୍ଷ ବିଶ୍ୱଜିତ ସରକାର, ଉପଦେଷ୍ଟା ରାମେଶ୍ୱର ଦାସ, ପ୍ରୀତି ବିଶ୍ୱକର୍ମା, ନମିତା ମହାନ୍ତ, ମୀରା ପଣ୍ଡା, ସମ୍ପାଦକ ସମୀର କୁମାର ପଟ୍ଟନାୟକ, ଜୟଶଙ୍କର ଗୌଡ, ପୁରୁଷୋତ୍ତମ ସାହୁ ପ୍ରମୁଖ ଶୋକ ସଭାରେ ଉପସ୍ଥିତ ଥିଲେ ।

By amfnews

Related Post