Sun. Aug 2nd, 2026

ବାଜପେୟୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ; କହିଲେ ଦେଶ ଜଣେ ବିଚକ୍ଷଣ ରାଷ୍ଟ୍ରନେତାଙ୍କୁ ହରାଇଲା

299 Views

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଗଭରୀ ଶୋକ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଅସୁସ୍ଥ ବାଜପେୟୀଙ୍କ ସ୍ୱାସ୍ଥାବସ୍ଥା ସଂପର୍କରେ ବୁଝିବାକୁ ଆଜି ସକାଳେ ଦିଲ୍ଲୀ ଗସ୍ତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ ବାଜପେୟୀଙ୍କ ବିୟୋଗରେ ଦେଶ ଜଣେ ବିଚକ୍ଷଣ ରାଷ୍ଟ୍ରନେତାଙ୍କୁ ହରାଇଲା।

ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ମୁଁ ଦୁଇ ବର୍ଷ ପାଇଁ ତାଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଅବସରରେ ମୁଁ ତାଙ୍କୁ ନିକଟରୁ ଜାଣିବାର ସୁଯୋଗ ପାଇଥିଲି। ତାଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ।

ପ୍ରତ୍ୟେକ ଭାରତୀୟ ବିଶେଷ କରି ଓଡ଼ିଶାର ଲୋକମାନେ ତାଙ୍କୁ ଖୁବ୍‌ ଭଳ ପାଉଥିଲେ ଏବଂ ସେ ମଧ୍ୟ ଓଡ଼ିଶାକୁ ଭଲ ପାଉଥିଲେ ବୋଲି କହିଛନ୍ତି ନବୀନ।ସଂପ୍ରତି ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୭ଟା ୩୦ରେ ବାଜପେୟୀଙ୍କ ନୂଆଦିଲ୍ଲୀର ୬/ଏ କ୍ରିଷ୍ଣମେନନ୍‌ ମାର୍ଗ ସ୍ଥିତ ସରକାରୀ ବାସଭବନକୁ ଯାଇ ତାଙ୍କର ଅନ୍ତିମ ଦର୍ଶନ କରିବେ ବୋଲି ଆମ ନୂଆଦିଲ୍ଲୀ ପ୍ରତିନିଧିଙ୍କ ସୂତ୍ରରୁ ଜାଣିବାକୁ ମିଲିଛି।

By amfnews

Related Post