Thu. Jun 4th, 2026

ବାଙ୍ଗିରିପୋଷି ଦୁଆରଶୁଣୀ ଘାଟିରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ

288 Views

ବାଙ୍ଗିରିପୋଷି  : ଗତକାଲି ବିଳମ୍ବିତ ରାତ୍ରିରେ ବାଙ୍ଗିରିପୋଷି ଥାନା ଅନତି ଦୂରରେ ଥିବା ଦୁଆରଶୁଣୀ ଘାଟି ରେ ମର୍ମନ୍ତୁକ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭରର ଘଟଣାସ୍ଥଳରେ ଚାପି ହୋଇ ମୃତ୍ୟୁ ହୋଇଛି। ମୃତକର ପରିଚୟ ମିଳି ନାହିଁ। ସକାଳ ପର୍ଯ୍ୟନ୍ତ ରାସ୍ତା ଜାମ ଥିବା ରୁ ରାଜରାସ୍ତା ୪୯ ବିଶୋଇ- ବାଙ୍ଗିରିପୋଷି ରାସ୍ତା ବନ୍ଦ ହୋଇ ରହିଥିଲା।

ଘଟଣା ସ୍ଥଳରେ ପୁଲିସ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛି। ଗତ ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ସାତ ଜଣଙ୍କ ମୃତ୍ୟୁ ୭୦ ରୁ ଅଧିକ ଆହତ ହୋଇଛନ୍ତି। ପ୍ରଶାସନ ଯେତେ ଚେଷ୍ଟା କଲେ ମଧ୍ୟ ଦୁର୍ଘଟଣା ରୋକିବାରେ ବିଫଳ ହୋଇଛି। କୋର ଏରିଆ ଓ ହାତୀ କୋରିଡର ପାଇଁ ରାସ୍ତା ସଂପ୍ରସାରଣ କାର୍ଯ୍ୟ ହୋଇ ପାରୁନାହିଁ। କେନ୍ଦ୍ର ସରକାର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଚାହିଁଲେ ଏହି ସମସ୍ୟା ଦୂରୀଭୂତ ହୋଇ ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

By amfnews

Related Post