Fri. Jul 3rd, 2026

ବାଇକ୍‌ ଦୁର୍ଘଟଣାଗ୍ରସ୍ତ; ଜଣେ ଗୁରୁତର, ଜଣେ ଆହତ

182 Views

ନୀଳଗିରି : ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ସେରଗଡ଼-ଉଦଳା ରାସ୍ତାର ଟାଙ୍ଗଣା ପୋଲ ଉପରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ଉଭୟଙ୍କ ନାଁ ଜଣାପଡ଼ି ନାହିଁ। ସେମାନେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ କାମ କରୁଥିବା ଏକ ଠିକାଦାରଙ୍କ କର୍ମଚାରୀ ବୋଲି ସୂଚନା ମିଳିଛି। ଗୁରୁତର ଥିବା ଯୁବକଙ୍କ ଘର କଟକ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଗତକାଲି ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଦୁଇ ଜଣ ଯୁବକ ଏକ ବାଇକ୍‌ରେ ମୟୂରଭଞ୍ଜ ଯାଉଥିବା ବେଳେ ଟାଙ୍ଗଣା ପୋଲ ଉପରେ ଗାଡ଼ି ଭାରସାମ୍ୟ ହରାଇବାରୁ ସେମାନେ ପଡ଼ିଯାଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

By amfnews

Related Post