Fri. Jun 12th, 2026

ବାଇକ୍‌କୁ ପିଟିଲା ହାଇୱା; ବାପପୁଅ ଗୁରୁତର

184 Views

ବଣାଇ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଡେଙ୍ଗୁଳା ଆର୍‌ବି କଲୋନୀ ନିକଟରେ ଏକ ବାଇକ୍‌ ଓ ହାଇୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ୍ ଆରୋହୀ ସନୁ ମୁଣ୍ଡା ଓ ତାଙ୍କ ପାଞ୍ଚ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି।

ଆଜି ସକାଳେ ସନୁ ମୁଣ୍ଡା ତାଙ୍କ ୫ବର୍ଷର ପୁଅକୁ ଧରି ବାଇକ୍‌ରେ ଆରବି କଲୋନୀରୁ ଡେଙ୍ଗୁଳା ଯାଉଥିଲେ। ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ହାଇୱା ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଏନେଇ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାପପୁଅଙ୍କୁ କୋଇଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ସେଠାରୁ ଉଭୟଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

By amfnews

Related Post