Thu. Sep 3rd, 2026

ବାଇକକୁ ପିଟିଲା ’ଚକାଡୋଳା’ ବସ୍‌

183 Views

ବଲାଙ୍ଗିର :  ବଲାଙ୍ଗିର ଜିଲ୍ଲା ସୋନପୁର ରାଜରାସ୍ତାର ପୁଇଁନ୍ତଳା ନିକଟରେ ବସ୍‌  ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ସାତ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକ ଜଣଙ୍କ ବାଇକ୍ ଆରୋହୀ ବୋଲି ଜଣାପଡ଼ିଛି। ତେବେ ତାଙ୍କର ପରିଚୟ ମିଳିନାହିଁ।

ଆଜି ସକାଳେ ‘ଚକାଡୋଳା’ ନାମକ ଏକ ଘରୋଇ ବସ୍ ବଲାଙ୍ଗିର ଅଭିମୁଖେ ଯାଉଥିଲା। ତେବେ ପୁଇଁନ୍ତଳା ନିକଟରେ ଏକ ବାଇକ୍‌ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଥିଲା। ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

By amfnews

Related Post