Fri. Jul 24th, 2026

ବାଂଲାଦେଶର ପ୍ରତିଷ୍ଠାତା ଶେଖ୍ ମୁଜିବର୍ ରହମନଙ୍କ ହତ୍ୟାରେ ସମ୍ପୃକ୍ତ ପୂର୍ବତନ ସେନା ଅଧିକାରୀଙ୍କୁ ଫାଶୀ

230 Views

ଢାକା: ବାଂଲାଦେଶର ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମନଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ଫାଶୀ ଦିଆଯାଇଛି। ୧୯୭୫ ମସିହାରେ ବାଂଲାଦେଶ ସେନା ବଳପୂର୍ବକ ସରକାରୀ କ୍ଷମତା ହାସଲ କରିବା ଘଟଣାରେ ଉକ୍ତ ସାମରିକ କପ୍ତାନ୍‌ ଅବଦୁଲ ମାଜେଦଙ୍କର ଭୂମିକା ଥିଲା।

ଆଇନ ମନ୍ତ୍ରୀ ଅନିସୁଲ୍ ହକ୍ ରହମନ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ସ୍ଥାନୀୟ ସମୟ ରାତି ୧୨: ୦୧ରେ ଅବଦୁଲ ମାଜେଦଙ୍କୁ ଫାଶୀ ଦିଆଯାଇଛି। ରାଜଧାନୀ ଢାକା ଉପକଣ୍ଠ କେରାନିଗଞ୍ଜସ୍ଥିତ ଢାକା ସେଣ୍ଟ୍ରାଲ୍ ଜେଲ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ମାଜେଦ୍ ମୃତ ବୋଲି ରାତି ୧୨: ୧୫ରେ ଡାକ୍ତର ଘୋଷଣା କରିଛନ୍ତି।

ସତ୍କାର ନିମନ୍ତେ ଶବ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜେଲ୍ ସମ୍ମୁଖରେ ଗଣମାଧ୍ୟମକୁ ଜଣାଇଛନ୍ତି କାରାଗାରର ଇନସପେକ୍ଟର୍ ଜେନେରାଲ୍ ବ୍ରିଗେଡିଅର୍ ଏକେଏମ୍ ମୋସ୍ତାଫା କମଲ ପାଶା।

ଦୀର୍ଘ ୨୫ ବର୍ଷ ଧରି ଭାରତରେ (କୋଲକାତା) ଆତ୍ମଗୋପନ କରିଥିବା ମାଜେଦଙ୍କୁ ମଙ୍ଗଳବାର ଦିନ ଢାକାରେ ଗିରଫ କରଯାଇଥିଲା। ଗୁରୁବାର ଦିନ ରାଷ୍ଟ୍ରପତି ଅବଦ୍ଦୁଲ ହମିଦ ତାଙ୍କର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ଶୁକ୍ରବାର ଦିନ ମାଜେଦଙ୍କ ପତ୍ନୀ ଏବଂ ଅନ୍ୟ ଚାରିଜଣ ଆତ୍ମୀୟ ପ୍ରାୟ ୨ ଘଣ୍ଟା ଧରି ଜେଲରେ ତାଙ୍କ ସହ କଥାବାର୍ତ୍ତା କରିଥିଲେ।

ସେ କେବଳ ବଙ୍ଗବନ୍ଧୁଙ୍କ ହତ୍ୟାକାଣ୍ଡରେ ସଂଶ୍ଳୀଷ୍ଟ ନ ଥିଲେ ୧୯୭୫ ମସିହା ନଭେମ୍ବର ୩ ତାରିଖରେ କଡ଼ା ନିରାପତ୍ତା ଥିବା ଢାକା କେନ୍ଦ୍ରୀୟ କାରାଗାରରେ ୪ଜଣ ଜାତୀୟ ସ୍ତରର ନେତାଙ୍କ ହତ୍ୟାକାଣ୍ଡରେ ଭୂମିକା ଗ୍ରହଣ କରିଥିଲେ। ଏ ସବୁ କଥା ସେ ନିଜେ ସ୍ବୀକାର କରିଥିଲେ।

By amfnews

Related Post