Mon. Oct 19th, 2026
263 Views

ମାଙ୍ଗାଲୁରୁ  : କର୍ଣ୍ଣାଟକାର ଉଡ଼ୁପି ଜିଲ୍ଲାର ଏକ ପାହାଡ଼ି ଅଞ୍ଚଳରେ ଏକ ବସ୍‌ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୨୭ ଜଣ ଆହତ ହୋଇଛନ୍ତି। କୁହାଯାଉଛି ଚାଳକ ଜଣକ ଏକ ବୁଲାଣିରେ ଭାରସାମ୍ୟ ହରାଇବାରୁ ଏଭଳି ହୋଇଛି।

ଶନିବାର ସନ୍ଧ୍ୟା ୫.୪୫ ବେଳକୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଉଡ଼ୁପି ଏସ୍‌ପି ଏନ୍‌ ବିଷ୍ଣୁବର୍ଦ୍ଧନ କହିବା ଅନୁଯାୟୀ, ବସ୍‌ଟି ଶ୍ରୀଙ୍ଗେରୀରୁ ମାଲା ଯାଉଥିଲା। ଶ୍ରୀ ବିଷ୍ଣୁବର୍ଦ୍ଧନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିଥିବା ଜଣାଇଛନ୍ତି।

ମହୀଶୂର ପୁଲିସ୍‌ ନିଶ୍ଚିତ କରିଛି, ଏହି ବସ୍‌ରେ ଥିବା ଯାତ୍ରୀମାନେ ଭାଇଟାଲ ରେକର୍ଡସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର। ଘଟଣାସ୍ଥଳରେ ହିଁ ଜଣେ ପୁରୁଷ ଏବଂ ୩ ଜଣ ମହିଳା କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟମାନଙ୍କର ପରେ ମୃତ୍ୟୁ ହୋଇଛି। କୁହାଯାଉଛି ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ କ୍ଲିନରଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏହି ଯାତ୍ରୀମାନେ ଉଡ଼ୁପି, ହୋର୍ଣାଡୁ ଏବଂ କୁଡ୍ରେମୁଖ୍‌ ନାମକ ସ୍ଥାନକୁ ବୁଲିବାକୁ ଯାଇଥିଲେ।

By amfnews

Related Post