Fri. Jul 3rd, 2026

ବସ୍‌ଷ୍ଟାଣ୍ଡରୁ ପକେଟ୍‌ମାର ଗିରଫ

231 Views

ଖଣ୍ଡଗିରି : ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପକେଟ୍‌ମାର କରୁଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଡ଼ିମମହଳ ଅଞ୍ଚଳର ସେକ୍ ସରିଫ୍‌(୩୫)। ପୁଲିସ ସୂଚନାନୁସାରେ ନୟାଗଡ଼ରୁ ପତିତପାବନ ପାଲ୍‌ ଏକ ବସ୍‌ ଯୋଗେ ଭୁବନେଶ୍ବର ଆସିଥିଲେ। ଅପରାହ୍ଣ ପ୍ରାୟ ୧ଟାବେଳେ ସେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବସ୍‌ରୁ ଓହ୍ଲାଇବା ପରେ ନିଜ ଲଗେଜ୍ ବାହାର କରିଥିଲେ। ପରେ ପରେ ସେ ତାଙ୍କ ପକେଟ୍‌ରୁ ପର୍ସ ବାହାର କରି କଣ୍ଡକ୍ଟରଙ୍କୁ ଟଙ୍କା ଦେଇଥିଲେ। ଏତିକିବେଳେ ହଠାତ୍ ସେକ୍ ସରିଫ୍ ତାଙ୍କ ପର୍ସ ଝାମ୍ପି ନେଇ ଭିଡ଼ ଭିତରେ ଦୌଡ଼ିଥିଲା। ତେବେ ପତିତପାବନ ପାଟି କରି ତାକୁ ପିଛା କରିଥିଲେ। ତାଙ୍କ ପାଟି ଶୁଣି ଉପସ୍ଥିତ ଲୋକମାନେ ସରିଫ୍‌କୁ କାବୁ କରି ନେଇଥିଲେ। ତା’ ନିକଟରୁ ପତିତପାବନଙ୍କ ୮ ହଜାର ଟଙ୍କା ଥିବା ପର୍ସ ଜବତ କରାଯାଇଥିଲା। ଲୋକେ ବହେ ଛେଚିବା ପରେ ପୁଲିସ ଜିମା ଦେଇଥିଲେ।

By amfnews

Related Post