Sat. Sep 26th, 2026

ବସ୍‌ରେ ଲାଗିଲା ୧୧ କେଭି ବିଦ୍ୟୁତ୍‌ ତାର; ୪୦ ଯାତ୍ରୀ ଗୁରୁତର

295 Views

ବ୍ରହ୍ମପୁର : ବ୍ରହ୍ମପୁର ସହର ସ୍ଥିତ ଗୋଳନ୍ଥରା ଥାନା ଅନ୍ତର୍ଗତ  ମେଲପତୁରୁ ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ୧୧ କେଭିର  ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୪୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। କିଛି ଯାତ୍ରୀ ପୋଡ଼ି ଯାଇଛନ୍ତି ବୋଲି ସୂଚନା ଆସିଛି।

ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ପୁଲିସ୍‌ ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଉଛନ୍ତି।  ଘଟଣାସ୍ଥଳରେ ୫ଟି ଆମ୍ୱୁଲାନ୍ସ ପହଞ୍ଚିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋମଟି ଛକ ନିକଟରେ ଏକ ବସ୍‌ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ତେବେ  ୭୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। କେବଳ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

By amfnews

Related Post