Fri. Jul 3rd, 2026

ବର୍ଷୀୟାନ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ

388 Views

ଭୁବନେଶ୍ୱର, ନଭେମ୍ବର.୧୩: ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ନାମ, ପ୍ରଥିତଯଶା କଣ୍ଠଶିଳ୍ପୀ ଚିତ୍ତ ଜେନା ଆଉ ନାହାନ୍ତି । ଆଜି କଟକର ଏକ ଘରୋଇ ହସ୍‌ପିଟାଲରେ ଶ୍ରୀ ଜେନା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଓଡ଼ିଅା ସିନେମା ଓ ସଂଗୀତର ଏହି ଲୋକପ୍ରିୟ ଗାୟକଙ୍କର ୭୮ ବର୍ଷ ବୟସରେ ରାତି ୨ଟା ସମୟରେ ପରଲୋକ ଘଟିଛି। କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କର ଦୁଇ ବଷର୍ଷତଳେ ଓପନ୍ ହାର୍ଟ ସର୍ଜରି କରାଯାଇଥିଲା। ତାଙ୍କର ମ୍‌ତୁଶଯ୍ୟା ନିକଟରେ ଜାମାତା ତଥା ଅଭିନେତା ମିହିର ଦାସ,ଦୁଇ ପୁଅ ସୁଚନ୍ଦନ , ସୁନନ୍ଦନ, ନାତି ଅମ୍ଳାନ,ଅକ୍ଳାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଜାମାତା ତଥା ଅଭିନେତା ମିହିର ଦାସଙ୍କ ସୂଚନା ଅନୁଯାୟୀ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କର  ଶେଷକୃତ୍ୟ କଟକର ନୂଆବଜାର ନିକଟସ୍ଥ ତାଙ୍କର ପୈତୃକ ଗ୍ରାମ ପିପରୋଡାଠାରେ କରାଯିବ। । 

ଲବ୍ଧ ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ଭୁବନ- ହରି, ଉପେନ୍ଦ କୁମାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବହୁ  ଲୋକପ୍ରିୟ ଗୀତରେ ସେ କଣ୍ଠଦାନ କରିଥିଲେ।ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର, ପୂଜା କାହିଁ ପୂଜା, ରୁପ ହୋଇଥିବା ଲବଣ୍ୟବତୀ, ଢ଼ାଳି ଦିଅ ସାରା ଧରଣୀରେ ଆଜି, ଦେଖି ବଣ ମଲ୍ଲୀ, ଏ ବନ ଝରଣା, ନଯାରେ ନଯା ଗୋରୀ ବାଲି ଯାତରା ଦେଖି, ମାଣିକ, ଆଲୋ ଆଲୋ ମାଣିକ, ପ୍ରୟା ବିନା ଝୁରେ ଆଜି, ହାଏ ରେ ମୋତେ କାଳିଆ ନାଗ ଝାଙ୍କି ଦେଲାରେ, ଏ ପରବତ କୁଞ୍ଚିକୁଞ୍ଚିକା ଆଦି ଶହଶହ ଲୋକପ୍ରିୟ ସଙ୍ଗୀତକୁ ନିଜର ଯାଦୁକରୀ କଣ୍ଠରେ ତୋଳି ଧରିବା ସହିତ ହଜାର ହଜାର ଓଡ଼ିଆଙ୍କ ମନପ୍ରାଣକୁ ସମ୍ମୋହିତ କରି ରଖିଥିବା କଣ୍ଠଶିଳ୍ପୀ ଚିତ୍ତଜେନାଙ୍କ ପରଲୋକରେ ଓଡ଼ିଶା ସଙ୍ଗୀତ ଜଗତର ଅପୁରଣୀୟ କ୍ଷତି ଘଟିଲା ବୋଲି ମତ ପ୍ରକାଶ ପାଇଛି।

By amfnews

Related Post