Wed. Jun 24th, 2026

ବର୍ଷା ଯୋଗୁ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

340 Views

ବ୍ରହ୍ମପୁର  :   ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଆଜି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଆଜି ବନ୍ଦ ରହିବ। ହେଲେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛୁଟିରେ ରହିବେ ନାହିଁ। ସେମାନେ ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା କରିବେ।

ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ସହର ମଧ୍ୟ ପ୍ରଭାବିତ ହୋଇଛି। ବିଶେଷକରି ତଳିଆ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରର ଗଜପତିନଗରର ୬, ୧୦, ୧୧, ୧୨ ଓ ୧୩ ନମ୍ବର ଲେନ୍‌ରେ ପାଣି ଜମି ରହିଛି। ସେହିପରି ବ୍ରଜନଗର, ଜୟପ୍ରକାଶ ମେନ୍ ରୋଡ୍, ପ୍ରେମ୍ ନଗର ଓ ଗେଟ୍ ବଜାରରେ ମଧ୍ୟ ବର୍ଷା ଯୋଗୁ ପାଣି ଜମି ରହିଛି। ଫଳରେ ଜୀବନ ଯାତ୍ରା ଏକ ପ୍ରକାର ପ୍ରଭାବିତ ହୋଇଛି।

By amfnews

Related Post