Fri. Oct 2nd, 2026
271 Views

ନୂଆଦିଲ୍ଲୀ : ବର୍ଷ ୨୦୨୦ର ପ୍ରଥମ ଦିନରେ ୩, ୮୬,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ୟୁନିସେଫ୍ ଏହି ସୂଚନା ଦେଇଛି। ଜନ୍ମନେଇଥିବା ଛୁଆଙ୍କ ମଧ୍ୟରୁ ଭାରତରୁ ସର୍ବାଧିକ ଜନ୍ମ ନେଇଛନ୍ତି। ତେବେ ନୂଆବର୍ଷରେ ଜନ୍ମ ନେଇଥିବା ସମସ୍ତ ଛୁଆଙ୍କ ମଧ୍ୟରୁ ଫିଜରେ ପ୍ରଥମେ ଛୁଆ ଜନ୍ମ ଗ୍ରହଣ କରିଛି। ସେହିପରି ଆମେରିକାରେ ଶେଷ ଛୁଆ ଜନ୍ମ ନେଇଛି।

ସାରା ବିଶ୍ୱରେ ଜନ୍ମନେଇଥିବା ଛୁଆଙ୍କ ମଧ୍ୟରେ ଭାରତରେ ଗତକାଲି ସର୍ବାଧିକ ୬୯,୦୦୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ଏହାପରେ ଚୀନରେ ୪୪, ୭୬୦ ଛୁଆ ଜନ୍ମ ଗ୍ରହଣ କରିଛନ୍ତି।

ୟୁନିସେଫର ସଂଖ୍ୟା ଅନୁଯାୟୀ ତୃତୀୟରେ ନାଇଜେରିଆ ରହିଛି ଯେଉଁଠି ନୂଆ ବର୍ଷରେ ୨୦,୨୧୦ ଛୋଟ ଛୁଆ ଜନ୍ମ ଗ୍ରହଣ କରିଛନ୍ତି। ସେହିପରି ପାକିସ୍ତାନ(୧୪,୯୧୦), ଇଣ୍ଡୋନେସିଆ (୧୩,୩୭୦), ଆମେରିକା (୧୧,୨୮୦), କଙ୍ଗୋ (୯,୪୦୦), ଇଥୋପିଆ (୯,୦୨୦) ଏବଂ ବାଂଲାଦେଶ (୮,୩୭୦) ଜଣ ଜନ୍ମ ନେଇଛନ୍ତି।

By amfnews

Related Post