Thu. Jul 2nd, 2026

ବର୍ଦ୍ଧମାନ ରେଳ ଷ୍ଟେସନରେ ଭୁଶୁଡ଼ି ପଡ଼ିଲା ଛାତ

173 Views

କୋଲକାତା: ପଶ୍ଚିମବଙ୍ଗ ସ୍ଥିତ ବର୍ଦ୍ଧମାନ ରେଲଓ୍ୱେ ଷ୍ଟେସନର ଗୋଟିଏ ସାଇଡ୍ ଛାତ ଭୁଶୁଡ଼ି ପଡ଼ିଛି। ଷ୍ଟେସନ ଭିତରକୁ ଯିବା ପାଇଁ ପ୍ରବେଶ ଦ୍ୱାର ଉପରେ ଥିବା ଛାତଟି ଭୁଶୁଡ଼ି ପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରେଳ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ସମୀକ୍ଷା କରିଛନ୍ତି। ଏଥିସହ ଭୁଶୁଡ଼ିବାର କାରଣ ଜାଣିବା ପାଇଁ ୩ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି।

ପୂର୍ବ ରେଲଓ୍ୱେର ମହା ପ୍ରବନ୍ଧକ ସଂମୀତ ଶର୍ମା କହିଛନ୍ତି, ଗତକାଲି ୮ଟା ୩୦ରେ ଏହି ଅଘଟଣ ଘଟିଛି। କୋଠାର ଗୋଟିଏ ପାର୍ଶ୍ୱ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ଆଉ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। କାହାରି ମୃତାହତ ହୋଇନାହିଁ।

ସୂଚନାଯୋଗ୍ୟ, ବର୍ଦ୍ଧମାନ ରେଲଓ୍ୱେ ଷ୍ଟେସନଟି ୧୦୦ ବର୍ଷ ପୁରୁଣା। ଷ୍ଟେସନର ପ୍ରବେଶ ଦ୍ୱାର ନିକଟରେ ଥିବା ଛାତ ଖରାପ ହୋଇଯାଇଛି। ମିସ୍ତ୍ରୀ ମାନେ ଛାତ ମରାମତି କରୁଥିଲେ। ହେଲେ ମରାମତି ହେଉଥିବା ଛାତ ନିକଟରେ ଥିବା କାନ୍ଥଟିର କିଛି ଅଂଶ ଭୁଶୁଡ଼ି ପଡ଼ିଛି।

By amfnews

Related Post