Sun. May 5th, 2024

ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମୃତି ପ୍ରକଳ୍ପ ପାଇଁ ୯୦ କୋଟି ଟଙ୍କା ପ୍ରଦାନ ପାଇଁ ନୀତିଗତ ନିଷ୍ପତ

By amfnews May 30, 2018 #Featured
233 Views

ନୂଆଦିଲ୍ଲୀ ଭୁବନେଶ୍ୱର, ୩୦ ମଇ – ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଅବସରରେ
ଓଡିଶାରେ ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମୃତି ପ୍ରକଳ୍ପ ପାଇଁ ୯୦ କୋଟି ଟଙ୍କା ପ୍ରଦାନ
କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଇଣ୍ଡିଆନ ଅଏଲ ଫାଉଣ୍ଡେସନର ଟ୍ରଷ୍ଟି
ବୋର୍ଡର ବୈଠକରେ ନୀତିଗତ ନିଷ୍ପତି ଗ୍ରହଣ କରାଯାଇଛି । ବରୁଣେଇ ସହ ପୁରୀର ବ୍ରହ୍ମଗିରି
ଗଡ ରୋଡଙ୍ଗ ଠାରେ ପାଇକ ବିଦ୍ରୋହର ମହାନ ନେତା ବକ୍ସି ଜଗବନ୍ଧୁଙ୍କ ଜନ୍ମସ୍ଥାନରେ ତାଙ୍କ
ସ୍ମୃତିରେ ନିର୍ମାଣ କାମ କରାଯିବ ।
ଗୁଜରାଟର ସର୍ଦାର ପଟେଲଙ୍କ ଓ ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ସ୍ମୃତିରେ ନିର୍ମିତ
ମେମୋରିଆଲ ପରି ବରୁଣେଇ ପାହାଡର ପାଦ ଦେଶରେ ସ୍ମାରକୀ ନିର୍ମାଣ କରା ଯିବାର ପ୍ରସ୍ତାବ
ରହିଛି । ଏଥି ନିମନ୍ତେ କେନ୍ଦ୍ର ସସ୍କୃତି ମନ୍ତ୍ରଣାଳୟ ଦ୍ୱାରା ୨୫ ଏକର ଜମି ପ୍ରଦାନ କରିବାକୁ
ଓଡିଶା ସରକାରଙ୍କୁ ପୂର୍ବରୁ ଅନୁରୋଧ କରା ଯାଇ ସାରିଛି ।
କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ
ଅଧ୍ୟକ୍ଷତାରେ ବୁଧବାର ଦିନ ନୂଆ ଦିଲ୍ଲୀ ଠାରେ ୧୬ ତମ ଇଣ୍ଡିଆନ ଅଏଲ ଫାଉଣ୍ଡେସନର ଟ୍ରଷ୍ଟି
ବୋର୍ଡର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।
ଏହି ବୈଠକରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଅନ୍ୟାନ୍ୟ ସ୍ଥାନରେ ଟ୍ରଷ୍ଟ ଦ୍ୱାରା କରାଯାଉଥିବା ପ୍ରକଳ୍ପ
ଗୁଡିକର କ୍ରିୟାନ୍ୱୟନକୁ ନେଇ ଆଲୋଚନା କରା ଯାଇଥିଲା । ଏହି ବୈଠକରେ ମୁମ୍ବାଇର
କାନହେରି ଗୁମ୍ଫା, ବିହାରର ଅଶୋକ ପିଲାର, ମଧ୍ୟ ପ୍ରଦେଶର ଖଜୁରାହୋ ମନ୍ଦିର,
ବେଙ୍ଗାଲୁରୁର ଭୋଗନନ୍ଦିଶ୍ୱର ମନ୍ଦିର, ବିହାରର ଖାଜେଖାଲାନ ଘାଟ ଓ ପୋର୍ଟ ବ୍ଲେୟାରର
ସେଲୁଲାର ଜେଲ ପ୍ରକଳ୍ପର କାର୍ଯାନ୍ୱୟନ ସମ୍ପର୍କରେ ମଧ୍ୟ ସମୀକ୍ଷା କରା ଯାଇଥିଲା ।

  •  ବ୍ରହ୍ମଗିରି ଗଡ ରୋଡଙ୍ଗ ଠାରେ ପାଇକ ବିଦ୍ରୋହର ମହାନ ନେତା ବକ୍ସି ଜଗବନ୍ଧୁଙ୍କ
    ଜନ୍ମସ୍ଥାନରେ ସ୍ମାରକୀ ନିର୍ମାଣ ହେବ ।
  • ଗୁଜରାଟର ସର୍ଦାର ପଟେଲଙ୍କ ଓ ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀଙ୍କ ସ୍ମୃତିରେ ନିର୍ମିତ
    ସ୍ମାରକୀ ପରି ବରୁଣେଇ ପାହାଡର ପାଦ ଦେଶରେ ସ୍ମାରକୀ ପ୍ରସ୍ତାବ।

By amfnews

Related Post