Sun. Apr 28th, 2024

ବରୁଆଁ-ବାଲିଚନ୍ଦ୍ରପୁର ପୂର୍ତ ବିଭାଗ ରାସ୍ତା ନିର୍ମାଣରେ ଚାଲିଛି ଆଖିବୁଜା ଦୁର୍ନିତି

By amfnews Jun 12, 2018 #Featured
123 Views

ଯାଜପୁର,୧୨/୬(ସ୍ୱ.ପ୍ର): ପୂର୍ତ୍ତ ବିଭାଗର ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ଚାରବାଟିଆ ଡିଭିଜନ ବଡଚଣା ସବଡିଭିଜନ ଅନ୍ତର୍ଗତ ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତା କେତେକ ମରାମତି କାର୍ଯ୍ୟରେ ଆଖିବୁଜା ଦୁର୍ନିତି ଚାଲିଛି । ରାସ୍ତା ମରାମତି ପାଇଁ ଆସୁଥିବା ଅର୍ଥକୁ କାଗଜ ପତ୍ରରେ ଫଲ୍ସ ବିଲ କରାଯାଇ ହଡପ କରାଯାଉଛି । ଚଳିତ ଆର୍ଥିକବର୍ଷ ଏବଂ ଗତ ଆର୍ଥିକ ବର୍ଷରେ ଏ ବାବଦରେ ବହୁ ଲକ୍ଷ ଟଙ୍କା ହଡପ ହୋଇଛି । ଏହି ରାସ୍ତାଟି ଏବେ କେତେକ ଠିକାଦାରଙ୍କ ଏବଂ ବିଭାଗୀୟ ଏସ.ଡି.ଓଙ୍କ ପାଇଁ ଏକ ରୋଜଗାରର ବଡ ମାଧ୍ୟମ ହୋଇଛି । ଏଥିନେଇ ଭିଜିଲାନ୍ସ ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ୨୧ ମେ ୨୦୧୮ ରିଖରେ ପତ୍ର ଦିଆଯାଇଛି । ଏହା ଉପରେ ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଛି ।

ଏହି ରାସ୍ତାଟି ବରୁଆଁରୁ ଆରମ୍ବ ହୋଇ ବାଲିଚନ୍ଦ୍ରପୁର ପର୍ଯ୍ୟନ୍ତ ଲମ୍ବିଛି । ଏହି ରାସ୍ତା ଦେଇ ଯାଜପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ, ବିରଜାକ୍ଷେତ୍ର, ଚଣ୍ଡିଖୋଲ-ପାରାଦ୍ୱିପ ଜାତୀୟ ରାଜପଥ, କଟକ-ସାଲେପୁର- ମାହାଙ୍ଗା ରାସ୍ତାକୁ ଯିବାପାଇଁ ତିନୋଟି ଜିଲ୍ଲାର ଶତାଧିକ ଗାଁର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ରାସ୍ତା ମରାମତି ହେଉ ନଥିବାରୁ ରାସ୍ତାରେ ବିଭିନ୍ନ ସ୍ଥାନରେ ବଡ ବଡ ଖାଲ ହୋଇଥିବା ବେଳେ ଅନେକ ସ୍ଥାନରେ ପିଚୁ ଉଠି ଯାଇଛି । ବଡଚଣା ଏସ.ଡି.ଓ କାର୍ଯ୍ୟାଳୟରେ ସର୍ବଦା କେତେକ ଠିକାଦାର ବସିରହି ଏଭଳି ଲୁଟ କରୁଥିବା ବେଳେ ସ୍ଥାନୀୟ ଏସ.ଡି.ଓ ଏହି ଲୁଟର ମୁଖ୍ୟ ସୁତ୍ରଧର ସାଜିଥିବାର ସାଧାରଣରେ ଅଭିଯୋଗ ହେଉଛି । ଏଥିନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ପଡିବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ – ମାନସ ରଂଜନ ବିଶ୍ୱାଳ, amfnews.com

By amfnews

Related Post