Sun. May 12th, 2024

ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ ପୋଲିସ କମିଶନର

By amfnews May 12, 2021
228 Views

ଭୁବନେଶ୍ବର, ମେ ୧୨ :

କରୋନା ଲକଡାଉନ୍ ଓ ସଟଡାଉନ ସମୟରେ ଆଇନ ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦ୍ବୈତନଗରୀରେ ବରିଷ୍ଠ ନାଗରିକଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଟ୍ୱିନ୍ ସିଟି କମିଶନର ପୋଲିସ ଆଜି ଏକ ହେଲ୍ପଲାଇନ ଜାରି କରିଛନ୍ତି ।

ପୋଲିସ କମିଶନର ସୌମନ୍ଦ୍ର କୁମାର ପ୍ରିୟଦର୍ଶୀ କହିଛନ୍ତି ଯେ ଏହି ହେଲ୍ପଲାଇନ ପୋଲିସକୁ ଦ୍ବୈତନଗରୀର ବରିଷ୍ଠ ନାଗରିକଙ୍କ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରିବ ।

ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ହେଲ୍ପଲାଇନ ନମ୍ବର ହେଉଛି ୮୦୯୩୦୨୮୧୦୦। ପ୍ରିୟଦର୍ଶୀ ଆହୁରି କହିଛନ୍ତି ଯେ ପ୍ରାୟ ୨୫,୦୦୦ ବରିଷ୍ଠ ନାଗରିକ ନିଜକୁ ପୋଲିସ କମିଶନରେଟରେ ପଞ୍ଜୀକୃତ ଅଛନ୍ତି।

ହେଲ୍ପଡେସ୍କ ପ୍ରତିଦିନ ସହରର ୭୦-୮୦ ବରିଷ୍ଠ ନାଗରିକଙ୍କ ସହ ସଂଯୋଗ କରିବ ଏବଂ ସେମାନଙ୍କ ସମସ୍ୟା ବାବଦରେ ଅବଗତ ହେବ ।

By amfnews

Related Post