Sat. Apr 25th, 2026

ବନ୍ଧୁକ ମୁନରେ ୧୧ ଲକ୍ଷ ଟଙ୍କା ଲୁଟ୍

175 Views

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ପଞ୍ଚାୟତ ଅଫିସ୍ ଆଗରୁ ଆଜି ସକାଳେ ବନ୍ଧୁକ ମୁନରେ ପ୍ରାୟ ୧୧ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପାଇବା ପରେ ବୀରମିତ୍ରପୁର ଥାନା ପୁଲିସ୍ ଘଟଣାର ଛାନ୍‌ଭିନ୍ କରୁଛି।

ସୂଚନା ଅନୁଯାୟୀ, ଆଜି କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସହିତ ଆଉ କିଛି ସ୍ଥାନରେ ଲୋକଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯିବାର ଥିଲା। ତେଣୁ ପ୍ରତିଥର ଭଳି ଆଜି ମଧ୍ୟ ରାଉରକେଲାରୁ ଆଇସିଆଇସିଆଇ ବ୍ୟାଙ୍କର ଦୁଇ ଜଣ କର୍ମଚାରୀ ଏକ ବୋଲେରୋରେ ଟଙ୍କା ନେଇ ସେଠାକୁ ଯାଉଥିଲେ। ସେମାନଙ୍କ ପାଖରେ ମୋଟ ୧୧ ଲକ୍ଷ ୩୫ ହଜାର ୬୦୦ ଟଙ୍କା ଥିଲା। ସେମାନଙ୍କ ସହିତ ଗାଡ଼ିରେ ଡ୍ରାଇଭର ଓ ଜଣେ ସୁରକ୍ଷାକର୍ମଚାରୀ ଥିଲେ। ସେମାନେ ପ୍ରଥମେ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଟଙ୍କା ଦେଇଥା’ନ୍ତେ ଓ ପରେ ଅନ୍ୟ ସ୍ଥାନରେ ଟଙ୍କା ଦେଇଥା’ନ୍ତେ।

ସୁରକ୍ଷାକର୍ମୀଙ୍କ ବନ୍ଧୁକ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ

ସକାଳ ପ୍ରାୟ ୭ଟା ବେଳେ ସେମାନେ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ଏହି ସମୟରେ ୫ ଜଣ ଦୁର୍ବୃତ୍ତ ତିନୋଟି ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। ମୁଖା ପିନ୍ଧା ଦୁର୍ବୃତ୍ତମାନେ ତିନୋଟି ବାଇକ୍‌ରେ ଆସିଥିଲେ। ସେମାନେ ପ୍ରଥମେ ଗୁଳି ଚଳାଇ ସେମାନଙ୍କୁ ଭୟଭୀତ କରିଥିଲ ଓ ତା’ ପରେ ଟଙ୍କା ନେଇ ଯାଇଥିଲେ। ସେମାନେ ବୋଲେରୋରେ ବସିଥିବା ସୁରକ୍ଷାକର୍ମୀଙ୍କୁ ନିସ୍ତୁକ ମାଡ଼ ମାରି ରକ୍ତାତ କରିଦେବା ସହିତ ତାଙ୍କ ବନ୍ଧୁକ ଭାଙ୍ଗି ଦେଇଥିଲେ। ଏହା ସହିତ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଠେଲାପେଲା କରିଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା।

By amfnews

Related Post