Thu. Oct 8th, 2026

ବନ୍ଧୁକ ଦେଖାଇ ଦାଦାବଟି ଆଦାୟ

272 Views

ଧର୍ମଶାଳା : ବନ୍ଧୁକ ଦେଖାଇ ଦାଦାବଟି ଆଦାୟ କରୁଥିବା ଅଭିଯୋଗରୁ ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ଚଣା ଥାନା ରାଧାଦେଈପୁର ଗ୍ରାମର ପ୍ରଭାସ ଚନ୍ଦ୍ର କବି ଓ ଧର୍ମଶାଳା ଥାନା ଅଲିସାପାଟଣା ଗ୍ରାମର ଯୋଗେଶ୍ୱର ତରାଇ। ସେମାନଙ୍କୁ ପୁଲିସ୍ କୋର୍ଟ ଚାଲାଣ କରାଯାଇଛି।

ଅଭିଯୋଗ ଅନୁଯାୟୀ, ଧର୍ମଶାଳା ଥାନା ଅନ୍ତର୍ଗତ ୫ନମ୍ବର(କ) ଜାତୀୟ ରାଜପଥର କଣ୍ଟିଗଡିଆ ଛକ ନିକଟରେ ଥିବା ଏଆରସ୍ଏସ୍ କମ୍ପାନି କ୍ୟାମ୍ପରେ ମଙ୍ଗଳବାର ରାତିରେ ପ୍ରଭାସ ଓ ଯୋଗେଶ୍ୱର ଏକ ବାଇକରେ ଯାଇ ଏଆରଏସ୍ଏସ୍ କର୍ମଚାରୀଙ୍କୁ ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲେ। ତେବେ ସେଠାରେ କାର୍ଯ୍ୟରତ ଥିବା କମ୍ପାନୀର ସୁରକ୍ଷାକର୍ମୀ ସୁକାନ୍ତ କୁମାର ଜେନା ସେମାନଙ୍କୁ ବିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଦ୍ୱୟ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକଚମକ ଦେବା ସହ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିଲେ।

By amfnews

Related Post