Sat. Oct 17th, 2026

ବଡ଼ବିଲ ଥାନାର ଉଲିବୁରୁ ଜଙ୍ଗଲରୁ ୪୦ ବର୍ଷିୟ ଯୁବକର ମୃତଦେହ ଉଦ୍ଧାର

530 Views

ବଡ଼ବିଲ: କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଜଙ୍ଗଲରୁ ଜଣେ ୪୦ ବର୍ଷିୟ ଯୁବକର କ୍ଷତଦେହକୁ ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତ ୧ ତାରିଖରେ ପାଲହଟିଙ୍ଗର ନବୀନ କାରୁଆ ନିକଟସ୍ଥ ଉଲିବୁରୁ ଜଙ୍ଗଲକୁ କାଠ ପାଇଁ ଯାଇ ଆଉ ଫେରି ନ ଥିଲା। ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ହେଁ ନବୀନର ପତ୍ତା ପାଇ ନ ଥିଲେ। ଏନେଇ ନବୀନଙ୍କର ସ୍ତ୍ରୀ ନିରୁ କାରୁଆ ଗତ ୨ ତାରିଖରେ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଉଲିବୁରୁ ଜଙ୍ଗଲକୁ କାଠ ଓ ଛତୁ ପାଇଁ ଯାଇଥିବା ସ୍ଥାନୀୟ ଲୋକେ ଏକ ମୃତଦେହ ପଡ଼ିଥିବା ନେଇ ପୋଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରାଇଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଥିଲେ।

ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଥିବା ବେଳେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଘଟଣାର ପର୍ଦ୍ଦାଫାସ ହେବ ବୋଲି ଥାନା ଅଧିକାରୀ ଶ୍ରୀ ଦାଶ ପ୍ରକାଶ କରିଥିଲେ।“““““`

By amfnews

Related Post