Sun. May 19th, 2024

ବଙ୍ଗୋପସାଗରରେ ଲଘୁଚାପ, ଓଡିଶାରେ ବର୍ଷା ସମ୍ଭାବନା

By amfnews May 30, 2018 #Featured
207 Views

ଉତର ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଡିପ୍ରେସନରେ ପରିଣତ ହେବା ପରେ ଧିରେ ଧିରେ ଡିପ ଡିପ୍ରେସନ ଆଡକୁ ମୁହାଁଉଥିବା ସମ୍ଭାବନା ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଏହି ଲଘୁଚାପ ଉତର ପୂର୍ବ ରାଜ୍ୟ ଦେଇ ମିଆଁମାର ଅତିକ୍ରମ କରିବା ସହ ଏହାର ପ୍ରଭାବରେ ଓଡିଶାର କେତେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପକୁ ନେଇ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ଏବଂ  ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ତେବେ ଲଘୁଚାପ ପ୍ରଭାବରେ ଘଂଟାକୁ ୩୫ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

By amfnews

Related Post