Sun. Sep 6th, 2026

ବକେୟା ଟଙ୍କା ଫେରାଇବାକୁ ଆସିଥିଲେ, ମହିଳା ଓ ଯୁବକଙ୍କୁ ଗୋଟିଏ ଘରେ ବନ୍ଦ କରିଦେଲେ ସ୍ଥାନୀୟଲୋକେ

285 Views

ପାରଦ୍ୱୀପ: ପାରାଦ୍ୱୀପ ମେଡଲ ପୁଲିସ ଅଧିନରେ ଥିବା ନ୍ୟୁ ଜଗନ୍ନାଥ କଲୋନିରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି କଲୋନିର କିଛିଲୋକ ଜଣେ ଯୁବକ ଓ ଯୁବତୀଙ୍କୁ ଗଛରେ ବାନ୍ଧି ନିସ୍ତୁକମାଡ ମାରିବା ସହିତ ସେମାନଙ୍କ ମୁଣ୍ଡରୁ କେଶ କାଟି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ଗୁରୁବାର ଦୁହିଁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ଗତକାଲି ରାତିରେ ଜଣେ ଯୁବକ ତାର ପଡୋଶିରେ ରହୁଥିବା ଜଣେ ଯୁବତୀଙ୍କ ଘରକୁ ଯାଇଥିଲେ। ଏହି ସମୟରେ କିଛିଲୋକେ ଏହା ଦେଖି ଦୁହିଁଙ୍କୁ ସେହି ଘର ଭିତରେ ବନ୍ଦ କରି ବାହାରପଟୁ ତାଲା ପକାଇ ଦେଇଥିଲେ। ପରେ ସ୍ଥାନୀୟଲୋକେ ଦୁହିଁଙ୍କୁ ଘର ଭିତରୁ ଆଣି ପାଖରେ ଥିବା ଏକ ଗଛରେ ବାନ୍ଧି ନିସ୍ତୁକମାଡ ମାରିଥିଲେ। ଏତିିକିରେ ସେମାନଙ୍କ ମନ ବୁଝି ନଥିଲା, ଦୁହିଁଙ୍କ ମୁଣ୍ଡକେଶ କାଟି ପକାଇଥିଲେ।

ଏହି ଘଟଣା ଘଟିବା ସମୟରେ ଯୁବତୀଙ୍କ ସ୍ୱାମୀ କାମକୁ ଯାଇଥିଲେ। ଯୁବତୀଙ୍କ ସ୍ୱାମୀଙ୍କ ଅଭିଯୋଗ ମୁତାବକ ପୁଲିସ ଆଜି ସକାଳେ ସାତଜଣ ମହିଳା ଓ ତିନିଜଣ ପୁରୁଷଙ୍କୁ ଏହି ଘଟଣାରେ ସମ୍ପୃକ୍ତ ଥିବା ନେଇ ଗିରଫ କରିଛି। ପୀଡିତାଙ୍କ ସ୍ୱାମୀଙ୍କ କହିବାନୁସାରେ, ଉକ୍ତ ବ୍ୟକ୍ତିଜଣକ କିଛିଦିନ ପୂର୍ବେ ଉଧାରିରେ ନେଇଥିବା ଟଙ୍କା ଫେରାଇବାକୁ ମୋ ଘରକୁ ଆସିଥିଲା।

By amfnews

Related Post