Sat. Apr 25th, 2026

ଫ୍ଲାଏଓଭର୍‌ ଉପରେ ଜଳନ୍ତା କାର୍‌ରୁ ଡେଇଁବା ପରେ କାର୍‌କୁ ଅଟକାଇବାକୁ ଧାଇଁଲେ ମାଲିକ

216 Views

ଗୁରଗ୍ରାମ, ନଭେମ୍ବର ୦୯: ମଙ୍ଗଳବାର ସନ୍ଧ୍ୟାରେ ଗୁରୁଗ୍ରାମ ଫ୍ଲାଏ ଓଭର୍‌ ଉପରେ ଜଣେ ବ୍ୟକ୍ତି ଗୋଟାଏ ଜଳନ୍ତା କାର୍‌କୁ ଗୋଡ଼ାଉ ଥିବାର ନାଟକୀୟ ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଘଟନାଟିକୁ ବୁଝାଇବାକୁ ଯାଇ ପୁଲିସ କହିଛି ଯେ ମଙ୍ଗଳବାର ଦିନ ୪୪ ବର୍ଷିୟ ରାକେଶ ଚାଣ୍ଡେଲ୍‌ ଦୀପାବଳି ଉପହାର ବାଣ୍ଟିବା ନିମନ୍ତେ ସେକ୍ଟର୍‌ ୨୫କୁ ଯାଇଥିଲେ। କାର୍‌ ଚଳାଇ ଘରକୁ ଫେରୁଥିବା ବେଳେ ସେଥିରେ ହଠାତ୍‌ ନିଅାଁ ଲାଗିଯାଇଥିଲା। ସୌଭାଗ୍ୟକୁ ମାନେଶ୍ୱର ନିକଟବର୍ତ୍ତୀ ଏକ ମ୍ୟାନ୍‌ ପାଓ୍ଵାର୍‌ ଫାର୍ମର କର୍ମଚାରୀ ଚାଣ୍ଡେଲ୍‌ ରକ୍ଷା ପାଇ ଯାଇଥିଲେ।

ଭିଡିଓରେ ଦେଖା ଯାଉଛି ରାଜୀବ ଚୌକ୍‌ ଫ୍ଲାଏ ଓଭର୍‌ ଠାରେ ଗୋଟିଏ ଅଟୋ ରିକ୍ସାକୁ ଧକ୍କା ଦେବା ପୂର୍ବରୁ ସେ ଜଳନ୍ତା କାର୍‌ ପଛରେ ଧାଉଁଛନ୍ତି।

ଚାଣ୍ଡେଲ୍‌ କହନ୍ତି ସେ କିଛି ଶବ୍ଦ ଶୁଣି କାର୍‌ରେ କ’ଣ ବିଗିଡ଼ି ଗଲା ବୋଲି ଯାଞ୍ଚ କରିବାକୁ ଅଟକି ଗଲେ। ଓହ୍ଲାଇ ପଡ଼ି ଦେଖିଲେ ସବୁ ଟାୟାର୍‌ରେ ହାଉଆ ଅଛି। ସେ ପୁଣି ଷ୍ଟାର୍ଟ ଦେଇ ଫ୍ଲାଇ ଓଭର୍‌ ଆଡ଼କୁ ମୁହାଁଇଲେ, କିନ୍ତୁ ମାତ୍ର କେଇ ସେକେଣ୍ଡ ଭିତରେ କାର୍‌ରୁ ସେଇ ଏକ ପ୍ରକାର ଶବ୍ଦ ଆସିଲା।

By amfnews

Related Post