Mon. May 13th, 2024

ଫୋକସରେ ଓଡିଶା, ସେପ୍ଟେମ୍ବରରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

rout.subhashree22@gmail.com' By Subhashree Rout Aug 29, 2018 #Featured
271 Views

ଭୁବନେଶ୍ୱର, ୨୯ ଅଗଷ୍ଟ :

ବିଜେପି ଫୋକସରେ ଓଡିଶା, ଆସନ୍ତା ମାସରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ଝାରସୁଗୁଡା ଓ ତାଳଚେରରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦାନ କରିବେ  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଏହି ଗସ୍ତ ସମୟରେ ଝାରସୁଗୁଡ଼ା ବିମାନବନ୍ଦରରୁ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ସେହିଦିନ ତାଳଚେର ସାର କାରଖାନାର ନବୀକରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ।  ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଏବେ ଚଳଚଞ୍ଚଳ ହୋଇପଡିଛି ରାଜ୍ୟ ରାଜନୀତି  । ସେପ୍ଟେମ୍ବର ତୃତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରହିଥିବା ବେଳେ ଏହାକୁ ନେଇ ରାଜ୍ୟ ବିଜେପି ମଧ୍ୟ ଉତ୍ସାହିତ  ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସରକାରୀ ହୋଇଥିଲେ ମଧ୍ୟ ଦୁଇଟି ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗଦାନ କରିବାରେ ରହିଛି  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି  । ପଶ୍ଚିମ, ଉପକୂଳ, ଉତ୍ତର ଓ ଦକ୍ଷିଣରେ ବିଜେପିର ସମାବେଶ ପରେ ସମାବେଶ କରି ଚାଲିଛି  । ଦଳ ଏବେ ସମସ୍ତ ବୁଥ ଉପରେ ଫୋକସ ଦେଇଥିବା ବେଳେ ରାଜ୍ୟ ଶାସନ କ୍ଷମତାରେ ରହିଥିବା ବିଜେଡି ସରକାରଙ୍କ ବିରୋଧରେ ରାଜ୍ୟରେ ବିଜେପି ଯୁଦ୍ଧ ଦେହିଂ ଡାକରା ଦେଇଛି  । ଅନ୍ୟପଟେ ଓଡିଶାକୁ ବାରମ୍ବାର କେନ୍ଦ୍ରମନ୍ତ୍ରୀ ମାନେ ଆସୁଛନ୍ତି  ।

ଓଡିଶାରେ ୨୦୧୯ରେ ସାଧାରଣ ନର୍ବାଚନ ହେବାକୁ ଥିବା ବେଳେ  ବିଜେପି ମିଶନ ୧୨୦ ପ୍ଲସ ନାରା ଦେଇ କାମ କରୁଛି  । ରାଷ୍ଟ୍ରୀୟ ଅଧ୍ୟକ୍ଷ ବାରମ୍ବାର ଓଡିଶା ଆସି ଦେଇଥିବା ଟ୍ୟାକ୍ସ ର ହିସାବ ନେଉଛନ୍ତି  । କଟକରେ ମୋଦିଙ୍କ ସମାବେଶ ପରେ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ ବିଜେପି  ।

Related Post