Mon. Sep 14th, 2026

ଫେସବୁକରେ ଜଣେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ମହଙ୍ଗା ପଡ଼ିଲା , ୨ ଲକ୍ଷ ୨୦ ହଜାର ଟଙ୍କାର ସୁନା ଗହଣା ଲୁଟର ଶିକାର ହେଲେ ମହିଳା

435 Views

ବେଙ୍ଗଲୁରୁ: ଫେସବୁକରେ ଜଣେ ଅଜଣା ବ୍ୟକ୍ତିର ଫ୍ରେଣ୍ଡ୍‌ ରିକ୍ୱେଷ୍ଟକୁ ସ୍ୱୀକାର କରି ଜଣେ ୨୩ ବର୍ଷ ବୟସର ମହିଳା ୨ଲକ୍ଷ ୨୦ ହଜାର ଟଙ୍କାର ସୁନା ଗହଣା ଲୁଟର ଶିକାର ହୋଇଛନ୍ତି। ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନଗରରେ ରହୁଥିବା ଜଣେ ବିବାହିତା ଯୁବତୀ ଭି ଅଶ୍ବିନୀ ଜେପି ନଗରର ବାସିନ୍ଦା ବିନୋଦ ଓରଫ ମଂଜୁନାଥଙ୍କ ବିରୋଧରେ ଏତଲା ଦେଇଛନ୍ତି। ବିନୋଦଙ୍କଠାରୁ ଗତ ଜୁନ୍‌ ୧ ତାରିଖରେ ଫେସବୁକ୍‌ରେ ଫ୍ରେଣ୍ଡ ରିକ୍ୱେଷ୍ଟ ସ୍ୱୀକାର କରିଥିଲେ ଅଶ୍ବିନୀ। ସେ ବିନୋଦଙ୍କୁ ଜାଣି ନଥିଲେ। ଏହାପରେ ବିନୋଦ ନିଜର ଆର୍ଥିକ ସମସ୍ୟା ଦର୍ଶାଇବା ପରେ ପ୍ରଥମେ ତାଙ୍କୁ ୪୫୦୦ ଟଙ୍କା ଦେଇଥିଲେ ଅଶ୍ୱିନୀ। କିନ୍ତୁ ପରେ ପୁଣି ଏକ ସର୍ଜରି ଲାଗି ଅର୍ଥ ଦରକାର ବୋଲି କହିଥିଲେ ବିନୋଦ। ଏଥର ନିଜ ପାଖରେ ଅର୍ଥ ନାହିଁ ବୋଲି ଅଶ୍ୱିନୀ କହିଥିଲେ। ଏହାପରେ ବିନୋଦ ଜୋର କରି ଅଶ୍ୱିନୀଙ୍କଠାରୁ ଦୁଇଟି ସୁନା ମୁଦି, ଦୁଇଟି କାନଫୁଲ,ଦୁଇଟି ସୁନାଚେନ୍‌ ଓ ଗୋଟିଏ ବ୍ରେସଲେଟ୍‌ ନେଇଯାଇଥିଲେ। ଏସବୁର ଆନୁମାନିକ ମୂଲ୍ୟ ୨ଲକ୍ଷ୨୦ ହଜାର ଟଙ୍କା ହେବ । ପୁଲିସ ଏହି ମାମଲାର ତଦନ୍ତ କରୁଥିବା ଜଣାଯାଇଛି।

By amfnews

Related Post