Fri. Sep 4th, 2026

ଫେରାର ଅପରାଧୀକୁ ନେଇ ଚିନ୍ତାରେ ପୁଲିସ, ନୂଆ ରୂପ ନେବ ନିୟନ୍ତ୍ରଣ କକ୍ଷ

219 Views

ଭୁବନେଶ୍ବର : ଅପରାଧୀ ଆପଣେଇଲେଣି ସ୍ପିଡ୍‌ ବାଇକ୍। ବିଭିନ୍ନ ଲୁଟ୍‌ରେ ସେମାନେ ଏହାକୁ ବ୍ୟବହାର କରୁଛନ୍ତି। ମୂଲ୍ୟବାନ୍‌ ପଦାର୍ଥ କିମ୍ବା ନଗଦ ଟଙ୍କା ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇଯାଉଛନ୍ତି। ପୁଲିସ ଗୋଡ଼ାଇବାକୁ ସକ୍ଷମ ହେଉନି। ବଡ଼ ବଡ଼ ଘଟଣାକୁ ଗୁରୁତ୍ବର ସହ ତଦନ୍ତ କରାଯାଉଥିବା ବେଳେ ଛୋଟ ‌ଛୋଟ ଘଟଣା ହଜି ଯାଉଛି। ବେକରୁ ସୁନା ଚେନ୍‌ ଝାମ୍ପି ନେବା, ଡିକିରୁ ଟଙ୍କା ନେଇଯିବା, ହାତରୁ ମୋବାଇଲ ଭିଡ଼ି ନେବା, କାନ୍ଧରୁ ବ୍ୟାଗ୍‌ ଟାଣି ନେବା ପ୍ରଭୃତି ଘଟଣା ଛୋଟ ହେଲେ ମଧ୍ୟ ସାଧାରଣ ଜନତାଙ୍କ ଉପରେ ଏହାର ବଡ଼ ପ୍ରଭାବ ପଡ଼ୁଛି। ଏହିପରି ଘଟଣା ଘଟାଇ ଫେରାର ହୋଇ ଯାଉଥିବା ଅପରାଧୀଙ୍କୁ ଧରିବା ପାଇଁ କମିସନରେଟ୍‌ ପୁଲିସ ପାଇଁ ଆହ୍ବାନ ହୋଇଛି। ଏଥିପାଇଁ ପୁଲିସର ଅତ୍ୟାଧୁନିକ ନିୟନ୍ତ୍ରଣ କକ୍ଷକୁ ଖୁବ୍‌ଶୀଘ୍ର ନୂଆ ରୂପ ଦେବା ପାଇଁ ମାନସ ମନ୍ଥନ ଆରମ୍ଭ ହୋଇଛି। ଗଳି ଗଳିରେ ସିସିଟିଭି ଖଞ୍ଜିବା ସହ ପିସିଆର ଭ୍ୟାନ୍‌ ଓ ଅତ୍ୟାଧୁନିକ ଉପକରଣ ଯୋଗାଇ ଦେବା ପାଇଁ ଯୋଜନା ହେଉଛି।

By amfnews

Related Post