Sat. Jul 4th, 2026

ଫୁଟବଲ୍‌ କୋଚ୍‌ ହେବେ ଅଜୟ ଦେବଗନ୍‌

367 Views

ମୁମ୍ବାଇ: ବଲିଉଡର ପ୍ରତିଭାବାନ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କ ସଂପର୍କରେ କୁହାଯାଏ ଯେ ସେ ପ୍ରତ୍ୟେକଟି ଚରିତ୍ର ପାଇଁ ନିଜକୁ ପ୍ରସ୍ତୁତ କରିଥାନ୍ତି। ସେ ଏବେ ଏକ ବାୟୋପିକ୍‌ରେ କାମ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଅଜୟ ଦେବଗନ୍‌ ମହାନ ଫୁଟବଲ୍‌ କୋଚ୍‌ ସୟିଦ୍‌ ଅବଦୁଲ୍‌ ରହିମ୍‌ଙ୍କ ବାୟୋପିକ୍‌ରେ ଲିଡ ରୋଲ କରିବେ।

ଅବଦୁଲ ରହିମଙ୍କୁ ଫୁଟବଲ ଖେଳର ବାସ୍ତୁକାର ବୋଲି କୁହାଯାଏ। କୋଚ୍‌ ରୂପେ ତାଙ୍କର କ୍ୟାରିଅର୍‌ ଭାରତୀୟ ଫୁଟବଲର ସୁବର୍ଣ୍ଣ ସମୟ ବୋଲି ପରିଗଣିତ ହୁଏ। ଅବଦୁଲ ରହିମଙ୍କ ମାର୍ଗଦର୍ଶନରେ ଭାରତୀୟ ଫୁଟବଲ ଟିବମ୍‌ ଏସିଆନ୍‌ ଗେମ୍‌ସରେ ୧୯୬୨ରେ ଦକ୍ଷିଣ ଆଫ୍ରିକା ଟିମ୍‌କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ସେହି ସମୟରେ ଭାରତୀୟ ଫୁଟବଲ୍‌ ଟିମ୍‌କୁ ବିଭିନ୍ନ ପ୍ରକାରର ସଫଳତା ମିଳିଥିଲା। ସେହି ସମୟରେ ଭାରତକୁ ‘ଏସିଆନ୍‌ ବ୍ରାଜିଲ୍‌’ ଟାଇଟଲ ମଧ୍ୟ ମିଳିଥିଲା।

ଏହି ବାୟୋପିକର ନିର୍ଦ୍ଦେଶକ ହେଲେ ଅମିତ ଶର୍ମା। ସେ କହିଛନ୍ତି ଯେ, ଅଜୟ ଦେବଗନ୍‌ ଏହି ଭୂମିକାକୁ ନ୍ୟାୟ ଦେବେ। ଆଗାମୀ ଜୁନ୍‌ ମାସରେ ଏହି ସିନେମାର ସୁଟିଂ ଆରମ୍ଭ ହେବ। ମୁମ୍ବାଇ,ନୂଆଦିଲ୍ଲୀ,ହାଇଦ୍ରାବାଦ ଓ କୋଲକାତା ଆଦି ସ୍ଥାନରେ ଏହି ବାୟୋପିକ୍‌ର ସୁଟିଂ କରାଯିବ।

By amfnews

Related Post