Mon. Aug 17th, 2026

ଫିରୋଜାବାଦ୍‌ରେ ଦାଦା-ପୁତୁରା ଲଢେଇ!

351 Views

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଫିରୋଜାବାଦ ଲୋକସଭା ଆସନରେ ଏଥର ରୋଚକ ଲଢେଇ ଦେଖିବାକୁ ମିଳିବ। ମିଳିଥିବା ସୂଚନା ଅନୁଯାୟୀ ଏଥର ସେଠାରେ ଦାଦା-ପୁତୁରାଙ୍କ ଭିତରେ ଲଢେଇ ହେବ। ଫିରୋଜାବାଦ ଆସନରୁ ସମାଜବାଦୀ ପାର୍ଟିରୁ ଅଲଗା ହୋଇ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଗଢ଼ିଥିବା ମୁଲାୟମ ସିଂହ ଯାଦବଙ୍କ ଭାଇ ଶିବ ପାଲ ଯାଦବ ପ୍ରାର୍ଥୀ ହେଉଛନ୍ତି। ତାଙ୍କ ବିପକ୍ଷରେ ଏଠାରେ ସମାଜବାଦୀ ପାର୍ଟି ଶିବପାଲ ଯାଦବଙ୍କ ପୁତୁରା ଅକ୍ଷୟ ଯାଦବଙ୍କୁ ପ୍ରାର୍ଥୀ କରୁଛି।

ଅକ୍ଷୟ ହେଉଛନ୍ତି ସମାଜବାଦୀ ପାର୍ଟିର ସାଧାରଣ ସଂପାଦକ ରାମ ଗୋପାଳ ଯାଦବଙ୍କ ପୁଅ। ୨୦୧୪ ରେ ଫିରୋଜାବାଦ୍‌ରେ ଅକ୍ଷୟ ଯାଦବ ଭାରତୀୟ ଜନତା ପାର୍ଟିର ଏସପି ସିଂହ ବାଘେଲଙ୍କୁ ପରାଜିତ କରିଥିଲେ। ମୁଲାୟମ ସିଂହଙ୍କ ପ୍ରିୟ ବୋଲି କୁହାଯାଉଥିବା ଫିରୋଜାବାଦ୍‌ରେ ଭାରତୀୟ ଜନତା ପାର୍ଟି ଲୋକସଭା ପ୍ରଭାରୀ ରାମ କୈଳାସ ଯାଦବଙ୍କୁ ପ୍ରାର୍ଥୀ କରୁଥିବା ଜଣାଯାଇଛି। ତେବେ ସେ ଯାହା ହେଉନା କାହିଁକି ଏଥର ସମାଜବାଦୀ ପାର୍ଟି ପାଇଁ ଫିରୋଜାବାଦ୍‌ ଆସନଟି ଯଥେଷ୍ଟ ଗୁରୁତ୍ୱ ରଖୁଛି ,କାରଣ ଏହା ସମ୍ମାନର ପ୍ରଶ୍ନ।

By amfnews

Related Post