Sun. Sep 6th, 2026

ଫାରୁକ୍ ଅବଦୁଲ୍ଲାଙ୍କ ଝିଅ, ଭଉଣୀ ବିଚାର ବିଭାଗୀୟ ହେପାଜତରେ

207 Views

ଶ୍ରୀନଗର  : ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନସର ନେତା ଫାରୁକ୍ ଅବଦୁଲ୍ଲାଙ୍କ ଝିଅ ସଫିୟା ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଆଜି ଜମ୍ମୁ କଶ୍ମୀର ପୁଲିସ ଏହି ସୂଚନା ଦେଇଛି।

ସଫିୟା ଏବଂ ଫାରୁକ୍ ଅବଦୁଲ୍ଲଙ୍କ ଭଉଣୀ ସୁରିୟା ଅବଦୁଲ୍ଲା ଏବଂ ଅନେକ ମହିଳା ଧାରା ୩୭୦ ଉଚ୍ଛେଦକୁ ବିରୋଧ କରିଥିଲେ। ଏଥିସହ ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏହାପରେ ପୁଲିସ ତାଙ୍କୁ ଗତକାଲି ଅପରାହ୍ନରେ ଅଟକ ରଖିଥିଲା। ଆଜି କୋର୍ଟରେ ହାଜର କରିବା ପରେ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି।

ଫାରୁକ ଅବଦୁଲ୍ଲା ଏବଂ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା, ପିଡିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ଓ ଅନ୍ୟାନ୍ୟ ନେତା ଅଗଷ୍ଟ ୫ ପରଠୁ ଗୃହବନ୍ଦୀ ହୋଇ ରହିଛନ୍ତି।

By amfnews

Related Post