Sat. May 4th, 2024

ପ୍ଲେସମେଣ୍ଟକୁ ନେଇ ଛାତ୍ରଛାତ୍ରୀଙ୍କୁ ଠକୁଛି ସିନର୍ଜୀ !

137 Views

ଢେଙ୍କାନାଳ : ଢେଙ୍କାନାଳ ସହରର କଣ୍ଟାନାଳୀ ସ୍ଥିତ ଜାତୀୟ ରାଜପଥ କଡରେ ଗଢିଉଠିଥିବା ସିନର୍ଜୀ ଇଂଜିନୟିରଂ କଲେଜରେ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ବୋଲି ଅଭିଯୋଗ ଉଠିଛି  । କଲେଜର ବିଭିନ୍ନ ବିଭାଗରେ ଦୂରଦୂରାନ୍ତରୁ ଆସି ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଏକ ବୃତ୍ତିରେ ନିୟୋଜିତ ହେବାର ଆଶା ଧୂଳିସାତ ହେବାର ଆଶଙ୍କା ଉପୁଜିଛି  ।

କଲେଜର ଛାତ୍ରଛାତ୍ରୀମାନଙ୍କୁ ଆଡମିଶନ୍ ସମୟରେ ପ୍ଲେସମେଣ୍ଟ ମାଧ୍ୟମରେ ସୁନାମଧନ୍ୟ କମ୍ପାନୀମାନଙ୍କ ଠାରେ ନିୟୋଜନ କରିବାର ପ୍ରତିଶୃତି ଫେଲ୍ ମାରୁଛି  । ଚଳିତବର୍ଷ ଡିଗ୍ରୀରେ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ଅଫ୍ କ୍ୟାମ୍ପସ୍ ମାଧ୍ୟମରେ ପ୍ଲେସମେଣ୍ଟ କଲେଜ କରାଇଥିଲା । ସେମାନଙ୍କୁ ଓଡିଶା ରାଜ୍ୟ ବାହାରେ ପାସ୍ କରିଥିବା ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନଙ୍କୁ କମ୍ପାନୀମାନଙ୍କରେ ଆବଶ୍ୟକତା ପଡୁଥିବା ଅନୁଯାୟୀ ନିୟୋଜିତ ପାଇଁ ପଠାଇଥିଲା  ।

ସେଥିନିମନ୍ତେ ଛାତ୍ରଛାତ୍ରୀମାନେ କଲେଜ୍ କୁ ୨୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଜଣାଯାଇଛି  । ନିୟୋଜିତ ହୋଇଥିବା ଡିଗ୍ରୀ  ଛାତ୍ରଛାତ୍ରୀମାନେ ସେଠାରେ ଯାଇ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ମଧ୍ୟ ନିମ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ  । କିଛି ଛାତ୍ରୀଙ୍କୁ ମଧ୍ୟ ସେଠାରେ ରଡ୍ ଉଠାଇବାପାଇଁ ମଧ୍ୟ ଉକ୍ତ କମ୍ପାନୀରେ ମଧ୍ୟ ବାଧ୍ୟ କରାଯାଇଥିଲା  । ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ସମେତ ତାଙ୍କ ଅଭିଭାବକମାନେ କଲେଜକୁ  ଅଭିଯୋଗ ଆଣିଥିଲେ  ।

କେବଳ ଚଳିତବର୍ଷ ନୁହେଁ ପ୍ରତ୍ୟେକ ବର୍ଷ ସିନର୍ଜୀ ଛାତ୍୍ରଛାତ୍ରୀମାନଙ୍କୁ ଏହିପରି ପ୍ଲେସମେଣ୍ଟ ନାମରେ ଅର୍ଥ ଆଦାୟ କରି ସେମାନଙ୍କୁ ପଠାଉଥିବା କମ୍ପାନୀଠାରେ ହତାଶ ହୋଇ ଘରକୁ ଫେରି ଆସୁଥିବା ଜାଣିବାକୁ ମିଳିଛି  ।ଏ ସଂକ୍ରାନ୍ତରେ ସିନର୍ଜୀ ଇଂଜିନିୟରିଂ କଲେଜର ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବାରେ ତାହା ସମ୍ଭବ ହୋଇନଥିଲା  ।

Related Post